ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଜାନୁୟାରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ଫର୍ମ ପୂରଣ ।ତେବେ ଏହାର ଶେଷ ତାରିଖ ରହିଛି ଜାନୁୟାରୀ ୨୮ । ଜରିମାନା ସହ ଫିସ୍ ଦାଖଲର ଶେଷ ତାରିଖ ହେଉଛି ଫେବୃୟାରୀ ୧ ।
ମାଧ୍ୟମିକ ଶିକ୍ଷାପରିଷଦ ପ ରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଫର୍ମ ଆବେହନର ସମସ୍ତ ପ୍ରକ୍ରିୟା ଅନ୍ଲାଇନ ମାଧ୍ୟମରେ କରାଯିବ ।
୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ରେଗୁଲାର ଓ ଏକ୍ସ ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଓ ପରୀକ୍ଷା ଫିସ୍ ଦାଖଲ ନିମ୍ନ କାର୍ଯ୍ୟସୂଚୀ ଅନୁସାରେ ହେବ। ଫର୍ମ ପୂରଣ ନିମନ୍ତେ ଅନଲାଇନ୍ ଲିଙ୍କ୍ ତଥା ସବିଶେଷ ନିର୍ଦ୍ଦେଶାବଳୀ https://t.co/RGOVbAtdUl ୱେବ୍ସାଇଟ୍ ମାଧ୍ୟମରେ ଉପଲବ୍ଧ ହେବ। pic.twitter.com/POmix8D3Ez
— I & PR Department, Odisha (@IPR_Odisha) January 6, 2021