ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ରାଜନୀତିରେ ମମତାଙ୍କୁ ଜଣଙ୍କ ପରେ ଜଣେ ଧୋକା ଦେଇ ଚାଲିଛନ୍ତି । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସିର ବହୁ ବରିଷ୍ଠ ନେତା ତାଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମମତାଙ୍କ ମନ୍ତ୍ରିମଣ୍ଡଳରୁ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।
ଇସ୍ତଫା ଦେଇଥିବା ମନ୍ତ୍ରୀ ହେଲେ ଲକ୍ଷ୍ମୀ ରତନ ଶୁକ୍ଳା। ଶୁକ୍ଳା ଜଣେ ପୂର୍ବତନ କ୍ରିକେଟର ମଧ୍ୟ ଥିଲେ। ମନ୍ତ୍ରୀ ପଦ ସମେତ ସେ ଟିଏମସିର ଜିଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ମମତା ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିଲେ। ତେବେ ସେ ବିଧାୟକ ପଦରୁ ଇସ୍ତଫା ଦେଇନାହାନ୍ତି। ସେ ରାଜନୀତି ଛାଡ଼ିବାକୁ ଚାହୁଁଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।