ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପୁଣି ୭ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜଣେ ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପଦବୀର ଅପବ୍ୟବହାର ଯୋଗୁଁ ସରକାର ଏପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି ।
ତେବେ କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତ୍, କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ଜେଲ୍ ବିଭାଗ ଡିଆଇଜି ଗୋପବନ୍ଧୁ ମଲ୍ଲିକ, ଜଣେ କମାଣ୍ଡାଣ୍ଟ, ଜଣେ ଡିସିପି, ଜଣେ ଡେପୁଟି କମାଣ୍ଡାଣ୍ଟ ଓ ଜଣେ ଡିସିପିଙ୍କୁ ବିଦା କରାଯାଇଛି ।
ତେବେ ଏକ ବର୍ଷ ମଧ୍ୟରେ ପ୍ରାୟ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।