ଷଣ୍ଢ ଆକ୍ରମଣ ରେ ବୃଦ୍ଧା ମୃତ । ପିପିଲି ଚନ୍ଦ୍ରାଦେଇ ପୁର ମଠ ସାହି ରେ ଷଣ୍ଢ ଆକ୍ରମଣ ରେ ପ୍ରମିଳା ସ୍ବାଇଁଙ୍କ ମୃତ । ମୃତକ ବୃଦ୍ଧା ଙ୍କ ବୟସ 65 ବର୍ଷ । ପାଗେଳା କୁକୁର କାମୁଡ଼ାରେ ଷଣ୍ଢ ଆକ୍ରାନ୍ତ ହୋଇଥିବାବେଳେ ଷଣ୍ଢ ଗ୍ରାମରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରି ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘଟିଛି । ଷଣ୍ଢ ଆକ୍ରମଣ ରେ ଆଉ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ଅଗ୍ନିଶମ ବାହିନୀ ଓ ଗୋ ସେବକ ଙ୍କ ମିଳିତ ଉଦ୍ୟମରେ ଷଣ୍ଢକୁ କାବୁ କରାଯାଇଛି ।