ବିଜେଡି ଖେଳିଲା ମାଷ୍ଟର ଷ୍ଟ୍ରୋକ। ଗୋଟିଏ ପରେ ଗୋଟିଏ ଚେକ ଦେଇ ତୃଣମୂଳ ସ୍ତରରେ ବିଜେଡିକୁ ମଜଭୁତ କରିବାକୁ ପ୍ରୟାସ କରିବାରେ ଲାଗିଛି। ବିଜେଡି ଦଳର ହେବ ନବ କଳେବର । ପୁରୀ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ୧୧ ଗୋଟି ବ୍ଲକ ,ତିନି ଗୋଟି ଏନଏଏସି ଓ ଗୋଟିଏ ମ୍ୟୁନିସିପାଲିଟି ପାଇଁ ସହ ନିର୍ବାଚନ ଅଧିକାରୀ ନିଯୁକ୍ତ କଲା ବିଜେଡି । ପିପିଲି ବ୍ଲକ ପାଇଁ ସୁକାନ୍ତ କୁମାର ପଣ୍ଡା, ଡେଲାଙ୍ଗ ବ୍ଲକ ରବି ନାରାୟଣ ତାଡ଼, ପିପିଲି ଏନଏଏସି ଗନ୍ଧର୍ବ ପରିଡ଼ା, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ବ୍ଲକ ପାଇଁ ବାଉରୀ ବନ୍ଧୁ ମହାପାତ୍ର, କଣାସ ବ୍ଲକ ପାଇଁ ରାଜେଶ ହରିଚନ୍ଦନ, ପୁରିସଦର ରମାକାନ୍ତ ପଣ୍ଡା, ପୁରୀ ମ୍ୟୁନିସିପାଲଟି ମଳୟ କାନ୍ତ ଗଁଜେନ୍ଦ୍ର, ବ୍ରହ୍ମଗିରି ବ୍ଲକ ପାଇଁ ବୃନ୍ଦାବନ ପ୍ରଧାନ, କୃଷ୍ଣ ପ୍ରସାଦ ବ୍ଲକ ନବଘନ ତରାଇ, କାକଟପୁର ବ୍ଲକ ଅଭୟ କୁମାର ସେଠୀ, ଅସ୍ତ୍ରରଙ୍ଗ ବ୍ଲକ ପାଇଁ କୁଞ୍ଜ ବିହାରୀ ପ୍ରଧାନ, କୋଣାର୍କ ଏନଏଏସି ସୁଶାନ୍ତ କୁମାର ବେହେରା, ନିମାପଡା ବ୍ଲକ ନରସିଂହ ରାଉତରାୟ, ଗୋପ ବ୍ଲକ ଜ୍ୟୋତି ରଂଜନ ନାୟକ, ନିମାପଡା ଏନଏଏସି ଲୋକ ନାଥ ସାହୁଙ୍କୁ ସହ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଛି ବିଜେଡି । ଖୁବଶୀଘ୍ର ପଂଚାୟତ ସ୍ତରରୁ ନିର୍ବାଚନ ପ୍ରକିୟା ଆରମ୍ଭ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ବୈରାଗୀ ଜେନା । ପିପିଲି ଠାରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ବୈରାଗୀ l