ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କ ବାଲି ଖାଦାନ ଓ ଇଟା ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ତହସିଲଦାର ଓ ଥାନା ଆଇଆଇସୀଙ୍କୁ ନିର୍ଦ୍ଦେଶ ଦେବାପରେ ଏବେ ଆକ୍ସନ ମୋଡ଼ରେ ସ୍ଥାନୀୟ ପ୍ରଶାସନ। କିନ୍ତୁ ବାଲି ମାଫିଆ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ରାତି ଅଧିଆ ଚୋରା ବାଲି ହଡପ କରିବାରେ ବ୍ୟସ୍ତ ଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଚୋରା ବାଲି ଚାଲାଣକୁ ନେଇ ଦୁଇ ହାଇୱାକୁ କଣ୍ଡିଆ ଅଞ୍ଚଳରୁ ଜବତ କଲା ରାଜକନିକା ପୋଲିସ। କଣ୍ଡିଆ ବାଲି ସଇରାତରୁ ବେଆଇନ ଭାବେ ବାଲି ଉଠାଇ ନେଉଥିବାବେଳେ ପଟ୍ଟାମୁଣ୍ଡାଇ ଏସଡିପିଓ ରାଜକନିକା ପୋଲିସ ଓ କଣ୍ଡିଆ ଫାଣ୍ଡି ପୋଲିସ ମିଳିତ ଭାବରେ ଚଢ଼ାଉ କରି ଦୁଇଟି ବାଲି ବୋଝେଇ ହାଇୱାକୁ ଜବତ କରି ରାଜକନିକା ଥାନାରେ ଅଟକ ରଖିଥିବା ବେଳେ ଏହି ଦୁଇଟି ହାଇୱା ଶିବ ଶକ୍ତି ଟ୍ରାନ୍ସପୋର୍ଟ ଆଳି ଅଞ୍ଚଳର ବୋଲି ରାଜକନିକା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।