ହୋଲି ପୂର୍ବରୁ ଝଟକା। ହୋଲି ପୂର୍ବରୁ ତୈଳ କମ୍ପାନୀମାନେ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ମାର୍ଚ୍ଚ ପହିଲାରୁ ଏଲପିଜି ସିଲିଣ୍ଡରର ନୂଆ ରେଟ୍ ଜାରି କରାଯାଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମରେ ୬ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ୧୪.୨ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ଦାମରେ କୌଣସି ବୃଦ୍ଧି ଘଟିନାହିଁ । ଏହାର ଦାମ୍ ସ୍ଥିର ରହିଛି । ଏହାର ଅର୍ଥ ହେଉଛି ଏହି ବୃଦ୍ଧି ଫଳରେ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ ।
ଗତ ମାସରେ ବଜେଟ ଦିନରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମରେ ୭ ଟଙ୍କା ହ୍ରାସ ଘଟିଥିଲା, ଏବେ ଚଳିତ ମାସରେ ୬ ଟଙ୍କା ବୃଦ୍ଧି ହୋଇଛି । IOCLର ଓ୍ବେବସାଇଟ ଅନୁସାରେ, ଦିଲ୍ଲୀରେ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡରର ଦାମ ଏବେ ୧୮୦୩ ଟଙ୍କା ହୋଇଯାଇଛି । ଏହା ଫେବୃଆରୀରେ ୧୭୯୭ ଓ ଜାନୁଆରୀରେ ୧୮୦୪ ଟଙ୍କା ରହିଥିଲା । ମୁମ୍ବାଇରେ କମର୍ସିଆଲ ସିଲିଣ୍ଡରର ପ୍ରାଇସ ୧୭୫୫.୫୦ ଟଙ୍କା ହୋଇଯାଇଛି । ଫେବୃଆରୀରେ ଏହା ୧୭୪୯.୫୦ ଟଙ୍କା ରହିଥିଲା ଓ ଜାନୁଆରୀରେ ଏହାର ଦାମ୍ ୧୭୫୬ ଟଙ୍କା ଥିଲା । ଏପରି ଭାବେ ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ୧୯୧୩ ଟଙ୍କାରେ ପହଞ୍ଚି ଯାଇଛି । ଫେବୃଆରୀରେ ଏହା ୧୯୦୭ ଟଙ୍କା ରହିଥିଲା ।