ପୁଣି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଜିଲ୍ଲା ସୁରକ୍ଷା ଅଧକାରୀଣି। ଵାଃ ଵଃ ନେବାପାଇଁ ବାହାଘର ପୂର୍ବରୁ ସବାଳିକା ଝିଅକୁ ନାବାଳିକା ଭାବି ଘରୁ ଉଠଇ ଆଣିଲେ ଅଧକାରୀଣି।
ଘର ତଥା ଗାଁ ଲୋକେ ବାହାଘରକୁ ନେଇ ବେଶ୍ ଉତ୍ସାହିତ ଓ ଖୁସି ଥିବାବେଳେ ହଠାଥ୍ ସେଥିରେ ପୂର୍ଣ୍ଣଛେଦ ପଡିଥିଲା। କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ରାଜଶ୍ରୀ ଦାସ ନିର୍ଦେଶରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଖୁଡି ପଞ୍ଚାୟତ ବଡ଼ମାର୍ଲା ଗାଁରେ ଶନିବାର ଜଣେ ନାବାଳିକା ଝିଅ ର ବାହାଘରର ଏକ ଭୁଲ୍ ସୂଚନା ପାଇଥିଲେ । କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିନା କୌଣସି ଯାଞ୍ଚରେ ଗାଁର ଜଗବନ୍ଧୁ ମାଝୀଙ୍କ ଝିଅ ସାବିତ୍ରୀ ମାଝୀଙ୍କୁ ସୁପରଭାଇଜର ଉଠାଇ ନେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଘରେ ଜଗବନ୍ଧୁ ଓ ତାଙ୍କ ପତ୍ନୀ ଉପସ୍ଥିତ ନଥିଲେ । ପରେ ଖବର ପାଇ ବାପା ଜଗବନ୍ଧୁ ଶିଶୁ ସୁରକ୍ଷା ଅଧିକାରୀ, ପଟାଙ୍ଗି ଥାନାକୁ ଦୌଡିଥିଲେ । ରାତି ପାହିଲେ ଝିଅର ବାହାଘର, ଘର ଓ ଗାଁ ଖୁସିରେ ଫାଟି ପଡୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ଯୋଗୁ ଭଟ୍ଟା ପଡିଥିଲା । ତେବେ ସାବିତ୍ରୀଙ୍କ ଜନ୍ମ ଓ ସ୍କୁଲ ସାର୍ଟିଫିକେଟ ଯାଞ୍ଚ ପରେ ସେ ସାବାଳିକା ଥିବା ଜଣା ପଡିଥିଲା । ପରେ ଅଧିକାରୀ ମାନେ ନିଜ ଭୁଲ ଜାଣି ଝିଅକୁ ବାପାଙ୍କ ସହ ଛାଡିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଅଧିକାରୀ ମାନେ କାହିଁକି ଘଟଣାସ୍ଥଳରେ ସମସ୍ତ ଦସ୍ତାବିଜ ଯାଞ୍ଚ ନକରି ପରିବାରକୁ ଶାରିରୀକ ତଥା ମାନସିକ ଯନ୍ତ୍ରଣା ଦେଇଥିଲେ । ଯାହାକୁ ନେଇ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗବନ୍ଧୁ ମାଝୀ। ସେ ଆହୁରି କହିଛନ୍ତି ପ୍ରଶାସନର ଏପରି କାର୍ଯ୍ୟ ଦ୍ବାରା ବାହାଘର ଖୁସି ମଉଳି ଗଲା । ଯାହାକୁ ନେଇ ସେ ମାନସିକ ଚାପରେ ଅଛନ୍ତି। ସେ ଗତ ବର୍ଷ ଝିଅ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ କିନ୍ତୁ ସେ ତାଙ୍କୁ ଝିଅର ବୟସକୁ ନେଇ ବାରଣ କରିଥିଲେ । ସେଥିପାଇଁ ବିବାହ ସ୍ଥଗିତ ରଖିଥିଲେ । ହେଲେ ସାବିତ୍ରୀ ବର୍ତ୍ତମାନ ସାବାଳିକା ଏବଂ ଘରେ ବାପା ମା କେହି ନଥିବା ସମୟରେ ଝିଅକୁ ଉଠାଇ ନେବା ଠିକ ନୁହେଁ ବୋଲି କହିଛନ୍ତି
ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଜିଲ୍ଲା ସ୍ତରୀୟ ଅଧିକରୀ ବିନା କିଛି କାଗଜପତ୍ର ଦେଖି କିଭଳି ଜଣେ ସବାଳିକା କୁ cwc ରେ ଆଣି ଉପସ୍ଥାନା କରିଥିଲେ । ଏହି ବାବଦରେ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କୁ ପଚାର ବାରୁ ଏହିବାବଦରେ ଜିଲ୍ଲା ପାଳଙ୍କ ସହ ଆଲୋଚନା କରିବି ଯିଏ ଦୋଷୀ ହେଲେ ତାଙ୍କ ଉପରେ ଆକ୍ସନ ନିଆଜିବ ବୋଳି କହିଥିଲେ।