ରାସନକାର୍ଡକୁ ନେଇ 8 ମାସ ହେଲାଣି ଲାଗି ରହିଛି ଦ୍ବନ୍ଦ୍ବ । ସରକାରଙ୍କ ନୂଆ ନୂଆ ସୂଚନାକୁ ନେଇ ଚିନ୍ତାରେ ପଡିଲେଣି ରାସନକାର୍ଡ ହିତାଧିକାରୀ । ଏବେ ପୁଣି ଲୋକଙ୍କୁ ନୂଆ ଅପଡେଟ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ | ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର | ଏନେଇ ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରୀଫିକେସନ କରିବାକୁ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ | ଫିଜିକାଲ ଭେରୀଫିକେସନ ପରେ ନିଷ୍ପତ୍ତି ନିଆଯିବ, ରାସନ କାର୍ଡ କଟିବ କି ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଇନକମ ଟାକ୍ସ ପାଇଁ ଯଦି କାଟିଥାଏ, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି | ଯଦି କଟିଛି ବିଭାଗକୁ ଜଣାନ୍ତୁ ବୋଲି ଅପିଲ କଲେ ମନ୍ତ୍ରୀ | ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ | ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି | ଆମେ ଦେଖୁଛୁ ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ | ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ବୋଲି ସୂଚନା ଦିଆଯାଇଛି । ଅଭିଯୋଗ ଆସୁଛି ଯେଉଁମାନେ ଆୟକର ଫାଇଲ କରୁଛନ୍ତି କାର୍ଡ କଟି ଯାଉଛି କିନ୍ତୁ କାହାର କାର୍ଡ କାଟିବନି | ଲିଷ୍ଟ ଯାଇଛି ଅଧିକାରୀ ମାନଙ୍କ ପାଖକୁ, ସେମାନେ ଡୋର ଟୁ ଡୋର ବୁଲି ଦେଖିବେ | କାହାର ଆୟ କେତେ ତାପରେ କାର୍ଡ କଟିବ | ଆଜି ବି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ | ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ | ଧନୀ ଲୋକ ହାତେଇ ଥିଲେ ରାସନକାର୍ଡ କଟିବ ବୋଲି କହିଛନ୍ତି ମନ୍ତ୍ରୀ ।