ମହାକୁମ୍ଭ ମେଳାରୁ କ୍ରିକେଟକୁ ନେଇ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି ଆଇଆଇଟି ବାବା । ପାଠ ପଢା ତା ପରେ ଚାକିରି ଲକ୍ଷ ଲକ୍ଷ ଦରମା ପାଇ ମଧ୍ୟ ଶାନ୍ତି ମିଳୁନଥିବା କହି ବାବା ହେବାର ନିଷ୍ପତ୍ତି ନେଇଥିଲେ ଆଇଆଇଟି ବାବା । ତେବେ ଆଇଆଇଟି ବାବଙ୍କୁ ପ୍ରଶଂସା କରିବା ସହ ଗଣ ମାଧ୍ୟମରେ ସେ ଭାଇରାଲ ମଧ୍ୟ ହୋଇଥିଲେ । କିନ୍ତୁ ନିକଟରେ କ୍ରିକେଟକୁ ନେଇ ଆଇଆଇଟି ବାବା ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ତାଙ୍କୁ ମହଙ୍ଗା ପଡିଛି । ଫେଲ ମାରିଛି ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ । ବାବାଙ୍କୁ ମହଙ୍ଗା ପଡ଼ିଲା କିଙ୍ଗ କୋହଲିଙ୍କୁ ଚାଲେଞ୍ଜ କରିବା । ଏବେ ସୋସିଆଲ ମିଡିଆରେ ହେବାକୁ ପଡୁଛି ଟ୍ରୋଲ । ମ୍ୟାଚ ପୂର୍ବରୁ ଭାରତ ହାରିବ ବୋଲି କହିଥିଲେ ବାବା ଅଭୟ ସିଂହ । ଭୁଲ୍ ହୋଇଗଲା ଆଇଆଇଟି ବାବାଙ୍କ ଗଣନା । ମିଛରେ କରିଥିଲେ ଭବିଷ୍ୟବାଣୀ । ବିରାଟ କୋହଲିଙ୍କୁ ଚାଲେଞ୍ଜ କରିବା ଏବେ ମହଙ୍ଗା ପଡ଼ିଛି ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ । ଭାରତର ବିଜୟ ପରେ ଏବେ ଖୁବ ଟ୍ରୋଲ ହେଉଛନ୍ତି ବାବା । ସୋସିଆଲ ମିଡିଆରେ ବାବାଙ୍କୁ ଭଣ୍ଡ ବହିବା ସହ ଗାଳି କରୁଛନ୍ତି ଭାରତୀୟ କ୍ରିକେଟ୍ ଫ୍ୟାନ୍ସ । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ ହାରିଯିବ ବୋଲି ଦାବି କରିଥିଲେ ଅଭୟ ସିଂହ । ଏପରିକି କୋହଲିଙ୍କୁ ଚାଲେଞ୍ଜ କରିବାକୁ ମଧ୍ୟ ପଛାଇ ନଥିଲେ । କହିଥିଲେ ବିରାଟଙ୍କୁ କହିଦିଅ ଯେତେ ଚେଷ୍ଟା କଲେ ବି ଦଳ ହାରିଯିବ । କିନ୍ତୁ ବାବାଙ୍କ ଭବିଷ୍ୟବାଣୀ ଓଲଟା ହୋଇଛି । ପାକିସ୍ତାନକୁ ୬ ୱିକଟରେ ହରାଇ ମ୍ୟାଚ୍ ଜିତି ନେଇଛି ରୋହିତ ବାହିନୀ। ଆଉ ଶତକ ମାରି ଏହି ମ୍ୟାଚର ହିରୋ ପାଲଟିଛନ୍ତି ବିରାଟ । ଯାହାପରେ ବାବାକୁ ଟ୍ରୋଲ ହେବାକୁ ପଡ଼ିଛି ।