ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ 60 ନଂ ଜାତୀୟ ରାଜପଥର ଧାରି ପୋଲ ନିକଟରୁ ଏକ ପଲିଥିନ ବ୍ୟାଗ ଭିତରୁ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କଲା ରୁପ୍ସା ପୋଲିସ। ରାଜପଥ ପାର୍ଶ୍ବରେ ପଲିଥିନ ବ୍ୟାଗ ଭିତରୁ ପିଲାଟିର କାନ୍ଦ ଶୁଣି ରାସ୍ତାରେ ଯାଉଥିବା କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ରୁପସା ପୋଲିସ ପହଞ୍ଚି ପିଲାଟିକୁ ଉଦ୍ଧାର କରି ରୂପସା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରୁଛି। ପିଲାଟି ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଜିଲ୍ଲା ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରିବା ପାଇଁ କହିଛନ୍ତି। କେହି ଜଣେ ମାଆ ପିଲାଟିକୁ ଜନ୍ମ ଦେବା ପରେ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।