ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବଜ୍ରପାତ | ରାଜ୍ୟରେ ୪ ଜିଲ୍ଲାରେ ବର୍ଷା ସମ୍ଭାବନା | ଭଦ୍ରକ, ମୟୂରଭଞ୍ଜ,କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ | ୪୦ ରୁ ୫୦ କିମି ବେଗରେ ପବନ ବି ବହିପାରେ |
ସେହି ଭଳି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି | କେନ୍ଦ୍ରାପଡା , ଜଗତସିଂହପୁର,କଟକ, ପୁରୀ, ଯାଜପୁର, ନୟାଗଡ, ଢେଙ୍କାନାଳ , ଅନୁଗୁଳ ,ବୌଦ୍ଧ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ବଜ୍ରପାତ ନେଇ ସତକର୍ତ୍ତା ଜାରି କରାଯାଇଛି |