ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା | ଆଜି ସୋମବାର ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା | ଭୋର ୫ ଟା ୩୬ରେ କିଛି ସେକେଣ୍ଡରେ ଥରିଉଠିଥିଲା ଦିଲ୍ଲୀ | ଭୂକମ୍ପର ରିକ୍ଟର ସ୍କେଲରେ ତୀଵ୍ରତା ୪.୦ ଥିବା ବେଳେ ଦିଲ୍ଲୀ ନୋଏଡା ଗାଜିଆଵାଦ ଓ ଗୁରୁଗ୍ରାମ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି |
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଓ ଆଖପାଖରେ ଅନୁଭୂତ ହୋଇଥିବା ଭୂକମ୍ପ ପାଇଁ ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ଟ୍ୱିଟ କରି କହିଛନ୍ତି | ଏଥିସହ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି |