ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କଟକ ଜିଲ୍ଲା ସାଲେପୁରର ବିଜେପି ନେତା କୁଳମଣି ବରାଳକୁ ନେଇ ରାଜ୍ୟର ରାଜନୀତି ଖୁବ ସରଗରମ ହେବାରେ ଲାଗିଛି । ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ତେବେ ବିଜେଡି ଦଳର ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି ଯେ ରାଜନୈତିକ ହିଂସା ଘଟଣାରେ ସରକାରଙ୍କ ଜିରୋ ଟଲେରାନ୍ସ ନିତୀ ଗ୍ରହଣ କରାଯିବ । ୨୦୧୯-୨୦ରେ ଓଡିଶାରେ ଗୋଟିଏ ବି ରାଜନୈତିକ ହିଂସାକାଣ୍ଡ ହୋଇନି ।ଅଭିଯୋଗ କରୁଥିବା ରାଜନୈତିକ ଦଳ ବିଭିନ୍ନ ରାଜ୍ୟରେ ଶାସନ କରୁଛନ୍ତି ତେବେ ସେମାନେ ଯେଉଁ ରାଜ୍ୟରେ ଶାସନ କରୁଛନ୍ତି ସେମାନଙ୍କ ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ବିଷୟରେ କାହାକୁ ଅଛପା ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।ସର୍ବାଧିକ ରାଜନୀତିକ ହତ୍ୟା ପଶ୍ଚିମବଙ୍ଗରେ ହୋଇଛି । ବିହାର ଏବଂ ଝାଡ଼ଖଣ୍ଡରେ ୬ଟି, କର୍ଣ୍ଣାଟକ ଓ ପଞ୍ଜାବରେ ୪ଟି ରାଜନୀତିକ ହତ୍ୟା ହୋଇଛି ।
ତେବେ କୁଳମଣୀ ବରାଳଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା୍ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି ବି.ଯୁଗଳ କିଶୋର କହିଛନ୍ତି । ଏହାକୁ ନେଇ ବିଜୁ ଜନତା ଦଳକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଚିନ୍ମୟ ସାହୁ ।