ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ | ନୀଳଚକ୍ରରେ ନୂଆ ଅକ୍ଷୟ ଦଣ୍ଡ
ଲଗାଇଛନ୍ତି ଚୂନରା ସେବାୟତ | ୧୭ ଫୁଟିଆ ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ କରାଯାଇଛି |
ଶ୍ରୀମନ୍ଦିର ନୀଳଚକ୍ରରେ ମୁଖ୍ୟ ବାନାକୁ ଧରି ରଖୁଥିବା ବାଉଁଶରେ ପ୍ରସ୍ତୁତ ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା |
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ ହୁଏ | କିନ୍ତୁ ଗତକାଲି ଚୂନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯିବା ବେଳେ ହଠାତ ଏହି ବାଉଁଶରେ ଅକ୍ଷୟ ଦଣ୍ଡଟି ଭାଙ୍ଗି ଯିବା ଦେଖିବାକୁ ମିଳିଥିଲା
ଅକ୍ଷୟ ଦଣ୍ଡ ପୁରୁଣା ହୋଇଗଲେ ,ଏହାକୁ ବଦଳା ଯାଇଥାଏ | କିନ୍ତୁ ବିଗତ ଦିନ ମାନଙ୍କର ଏହା କେବେ ଭାଙ୍ଗିଯିବାର ଖବର ସାମ୍ନାକୁ ଆସିନଥିଲା ସେପଟେ ଗତକାଲି ଭାଙ୍ଗିଯାଇଥିବା ଅକ୍ଷୟ ଦଣ୍ଡ ଅଶୁଭ ସଙ୍କେତ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |