ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଭେଟି ଦେଇଆସୁଛି ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ ଓ ମନ ପସନ୍ଦର ଧାରାବାହିକ । ଏହି ଧାରାରେ “ସାଥୀ ସାତ ଜନ୍ମର” ପ୍ରେମ, ତ୍ୟାଗ ଓ ପାରିବାରିକ ସମ୍ପର୍କର ଏକ କାହାଣୀ। କାହାଣୀ ପରିବାର ପାଇଁ ବଞ୍ଚୁଥିବା ଝିଅ ଅର୍ଚ୍ଚନା ଓ ନିଜ ପରିବାରକୁ ନିଜ ଦୁନିଆ ଭାବୁଥିବା ଦେବର କାହାଣୀକୁ ଦର୍ଶାଇବ । ଦର୍ଶକେ ଫେବୃଆରୀ ୧୭ ତାରିଖ ସଂଧ୍ୟା ୭ ରେ ଏହି ଧାରାବାହିକକୁ ଦେଖିବାକୁ ପାଇବେ କେବଳ ଜୀ ସାର୍ଥକରେ।
ନିଜ ପରିବାର ପାଇଁ ସମାନ ଭାବନା ରଖୁଥିବା ଅର୍ଚ୍ଚନା ଓ ଦେବ ଦେଖାହୋଇ ପ୍ରେମରେ ପଡନ୍ତି ଓ ବିବାହ ବନ୍ଧନରେ ବାନ୍ଧି ହୋଇଯାନ୍ତି କିନ୍ତୁ ଅଳ୍ପ ଦିନରେ ତାଙ୍କ ଖୁସିରେ ଲାଗେ ବିରାମ। ଏହାର କାରଣ ସାଜନ୍ତି ଦେବଙ୍କ ମା ସବିତା , ସେ ନିଜ ଧନ ସଂପତ୍ତିର ପାରିବାପଣିଆ ଦେଖାଉଥିବା ବେଳେ ଏହି ପରିସ୍ଥିତିରେ ଅର୍ଚ୍ଚନା ମାଙ୍କ ମନରେ ନିଜ ଝିଅର ଭବିଷ୍ୟତ ଚିନ୍ତା ଘାରିଥାଏ। ପାରିବାରିକ ପରିସ୍ଥିତି ଉଭୟଙ୍କୁ ଅଲଗା କରିଦିଏ ସତ କିନ୍ତୁ ତାଙ୍କର ଏହି ଯାତ୍ରା ଅନେକଗୁଡିଏ ସ୍ମୃତି ଓ ପ୍ରତିଜ୍ଞାକୁ ପଛରେ ଛାଡିଯାଏ।
ଏକ ଭିନ୍ନ ଧରଣର କାହାଣୀକୁ ନେଇ ଜୀସାର୍ଥକ ପ୍ରସ୍ତୁତ ଧାରାବାହିକଟି ଦର୍ଶକମାନଙ୍କ ମନକୁ ବେଶ୍ ପାଇବ। ‘ସୁନା ଝିଅ’ ଧାରାବାହିକର ମୁଖ୍ୟ ଅଭିନେତା ମାନସ ଓ ଅନେକ ଧାରାବାହିକରେ ଅଭିନୟ ପରାକାଷ୍ଠା ଦେଖାଇଥିବା ଅଭିନେତ୍ରୀ ତେଜସ୍ବିନୀ ଏହି ଧାରାବାହିକରେ ଅଭିନୟ କରୁଛନ୍ତି । ଆଶା ଅନ୍ୟ ଧାରାବାହିକ ପରି ଭଲପାଇବା ଓ ଆର୍ଶିବାଦ ଦର୍ଶକମାନେ ଦେବେ। ମା ଓ ଝିଅର ସଂପର୍କ, ସ୍ବାମୀ ସ୍ତ୍ରୀର ସମ୍ପର୍କ, ପ୍ରେମ , ତ୍ୟାଗ, ସଙ୍ଘର୍ଷ ସବୁକିଛି କାହାଣୀରେ ଦେଖିବାକୁ ପାଇବେ ଧାରାବାହିକପ୍ରେମୀ। ତେବେ ଦେବ୍ ଓ ଅର୍ଚ୍ଚନା ସବୁ କିଛି ଭୁଲି କଣ ପୁଣି ଏକାଠି ହୋଇପାରିବେ ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ “ସାଥୀ ସାତ ଜନ୍ମର” ସହିତ ଯୋଡ଼ି ହୋଇ ଧାରାବାହିକକୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟାରେ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ।