ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଲୋକମାନଙ୍କ ସାଧାରଣ ଜୀବନ ଖୁବ ପ୍ରଭାବିତ ହୋଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନି ଚଳିବା, ସାନିଟାଇଜର ବ୍ୟବହାର କରିବା ଆଦି କାର୍ଯ୍ୟକୁ ଆପଣାଇଛି ମନୁଷ୍ୟ । ତେବେ କ୍ୟାସ ବଦଳରେ ଅନ୍ଲାଇନ୍ ପେମେଣ୍ଟକୁ ମଧ୍ୟ ଅଗ୍ରାଧୀକାର ଦେଇଛି । ତେବେ ୨୦୨୦ରେ କରୋନା କଟକଣା ବାଧ୍ୟତାମୂଳକ ଅଭ୍ୟାସ କରାଯାଇଥିବା ସତର୍କତାକୁ ଦୃଷ୍ଟିରେ ରଖି ନଗଦ ବଦଳରେ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମର ବ୍ୟବହାରରେ ଦେଖାଯାଇଛି ବଡ଼ ପରିବର୍ତ୍ତନ । ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ମାଧ୍ୟମରେ ଲୋକମାନେ ଅନଲାଇନ୍ କାରବାରକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ।
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୟୁପିଆଇ କାରବାର ୨୦୨୦ ରେ ୧୦୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ୨୦୧୯ ରେ ଭାରତୀୟଙ୍କ ଦ୍ୱାରା କରାଯାଇଥିବା ମୋଟ UPI କାରବାର ୨ ଲକ୍ଷ ୨ ହଜାର କୋଟିରୁ ଅଧିକ ହୋଇଥିବାବେଳେ ୨୦୨୦ ରେ ଏହା ୪ ଲକ୍ଷ ୧୬ ହଜାର କୋଟି ଅତିକ୍ରମ କରିଛି ।
କରୋନା ସମୟରେ କଣ୍ଟାକ୍ଟଲେସ ରହିବା ପାଇଁ ଓ ଅନ୍ଲାଇନରେ ପେମେଣ୍ଟ କରିବା ଦ୍ଵାରା ଆର୍କଷଣୀୟ କ୍ୟାସବ୍ୟାକ ପାଇବା ପାଇଁ ଲୋକମାନେ ଏବେ ଅନ୍ଲାଇନ ବା ଡିଜିଟାଲ ଉପାୟରେ ଦେଣନେଣ ଦେବାକୁ ପସନ୍ଦ କରୁଛନ୍ତି ।