ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ବହୁ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ଶେଷରେ ଭାରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ୍’କୁ ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଦିଆଯିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଅନୁମତି ଦେଇଛି। ସେହିପରି ପୁଣେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକା ‘କୋଭିସିଲ୍ଡ’କୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଦେବା ପାଇଁ ଅନୁମତି ମିଳିଛି।