ହାତରେ ଲାଗିଛି ଭେନ୍ ଥେନ। ନିଜେ ନେଉଛନ୍ତି ସାଲାଇନ୍। କିନ୍ତୁ ନିଜ କଥାକୁ ଖାତିର୍ ନକରି ସାଧାରଣ ଜନତାଙ୍କ ସ୍ୱାର୍ଥକୁ ନଜରରେ ରଖି ବିଶ୍ରାମ ଛାଡ଼ି ଆସିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ନିଜର ସ୍ବାସ୍ଥ୍ୟ ଅବସ୍ଥା ସଙ୍ଗୀନ ଥିବା ସମୟରେ ଅଞ୍ଚଳ ବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଆଗେଇ ଆସିଲେ ଅମରେନ୍ଦ୍ର। ଜଗତସିଂହପୁର ନିର୍ବାଚନମଣ୍ଡଳୀର ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ରୋଗୀ କଲ୍ୟାଣ ବୈଠକ ରେ ଯୋଗଦେଇ ଡାକ୍ତର ଓ ସ୍ଵାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନଙ୍କୁ ସ୍ଵାସ୍ଥ୍ୟସେବା ରେ ଅବହେଳା ନକରି ଠିକ୍ ସମୟ ପର୍ଯ୍ୟନ୍ତ ରହି ରୋଗୀ ସେବା କରିବାକୁ ତାଗିଦ୍ କରିଥିଲେ ଏବଂ ରୋଗୀ ମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ ଏହାପରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଁଳା ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ଵାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଥିଲେ। ସ୍ବାସ୍ଥ୍ୟାବସ୍ଥା ସଠିକ୍ ନଥିବାରୁ ସହକର୍ମୀ ଆରାମ କରିବା ପାଇଁ କହିବାରୁ ଅମରେନ୍ଦ୍ର କହିଥିଲେ, ” ମୋ ସ୍ବାସ୍ଥ୍ୟ ଅବସ୍ଥା ଯାହା ଥାଉ ନା କାହିଁକି, ଲୋକଙ୍କ ନିକଟରେ ମୁଁ ପହଞ୍ଚିବା ଦରକାର”। ଗତ କିଛିଦିନ ତଳେ ମଧ୍ୟ ଥାନା ବାବୁଙ୍କୁ ତାଗିଦ୍ କରିବା ଘଟଣା ସାମ୍ନାକୁ ଆସିଥିଲା। ଲୋକ ଅଭିଯୋଗ ନେଇ ଥାନାକୁ ଯାଉଥିବା ବେଳେ ଏଫାୟାର୍ ଦାରଜ୍ କରିବା ନିମନ୍ତେ ପେପର୍ ଓ ପେନ୍ ଯୋଗେଇ ଦିଆ ନଯିବା ସହିତ ଅସମ୍ମାନ କରାଯାଉଛି । ଏହି ଖବର ବିଧାୟକଙ୍କ କାନରେ ପଡିବା ମାତ୍ରେ ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରିଥିଲେ ଅମରେନ୍ଦ୍ର। ଥାନା ବାବୁଙ୍କୁ ତାଗିଦ୍ ମଧ୍ୟ କରିଥିଲେ ଓ ଗତକାଲି ପୁଣି ଜନସାଧାରଣଙ୍କ ନିମନ୍ତେ ଅମରେନ୍ଦ୍ରଙ୍କର ଏହି କାର୍ଯ୍ୟ ତାଙ୍କୁ ବେଶ୍ ଲୋକାଦୃତ କରିଛି। ତୃଣମୂଳ ସ୍ତରର ଲୋକଟିଏ ପାଖରେ ସମସ୍ତ ପ୍ରକାର ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଅମରେନ୍ଦ୍ରଙ୍କର ଏହି ପଦକ୍ଷେପ ପାଇଁ ବୁଦ୍ଧିଜୀବି ମହଲରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଛି।