ବାରବାଟୀ ରେ ଫ୍ଲଡ ଲାଇଟ ବିଭ୍ରାଟ|ଅଵେବ୍ୟସ୍ତ ପାଇଁ ଓସିଏ ଓ ରାଜ୍ୟ ସରକାର ଙ୍କୁ ଘେରିଲେ ବିରୋଧୀ |
ବାରବାଟୀରେ ବଡ଼ ବିଭ୍ରାଟ । ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ |ବାରବାଟୀରେ ଫ୍ଲଟ୍ ଲାଇଟ୍ ଲିଭିବା ଓ ଏହା ଯୋଗୁଁ ମଝିରେ ଖେଳ ବନ୍ଦ ହେବାକୁ ନେଇ ରାଜନୀତି ଜୋର ଧରିଛି ।ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର, ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂକରୁଥିଲେ|ହେଲେ ଫ୍ଲଡ ଲାଇଟ ବନ୍ଦ ହୋଇଯିବାପରେ ଖେଳାଳି ମାନେ ପ୍ୟାଭିଲିୟମ କୁ ଫେରିଯାଇଥିଲେ |ଏହାକୁ ନେଇ ଖେଳାଳି ଙ୍କ ମନରେ ଅସନ୍ତୋଷ ଦେଖାଯାଇଥିଲା |ଯାହା ରୋହିତ ଶର୍ମା ଙ୍କ ଭାବଭଙ୍ଗି ରୁ ଏହା ସ୍ପଷ୍ଟ ହୋଇଯାଇଥିଲା |ପ୍ରାୟ ୨୫ ମିନଟ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା |ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା । ତେବେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି ଖେଳ ମଝିରେ ହେଲା? ଏତେ ପ୍ରସ୍ତୁତି ସତ୍ତ୍ବେ କିପରି ଏମିତି ଅଭାବନୀୟ ଘଟଣା ଘଟିଲା? ତାହା ଏବେ ବଡ଼ ପ୍ରଶ୍ନ । ଏହା ଓସିଏର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ।