ଏମିତି ବି ଆସିପାରେ ମୃତ୍ୟୁ ,ଦୋକାନ ଖୋଲି ବସିଥିଲେ ,ନିଆଁ ଲାଗି ଜଳିଗଲେ |ନିଆଁ ଲାଗି ଜୀବନ୍ତ ଜଳିଗଲେ ମହିଳାରହି ଘଟଣା ଟି ପଟାମୁଣ୍ଡେଇ ଥାନା ଅନ୍ତର୍ଗତ ବକ୍ତାରପୁରୁ ଛକରେ ଘଟିଛି |ସବୁଦିନ ପରି ଆଜି ବି ମଧ୍ୟ ଦୋକନ ଖୋଲି ବସିଥିଲେ ମହିଳା ଜଣଙ୍କ |ସଫା ସଫି କରିବା ପରେ ଠାକୁରଙ୍କୁ ଧୁପଦେଇ ଗ୍ରାହକ ଅପେକ୍ଷ୍ୟାରେ ବସିଥିଲେ କମଳା ସାହୁ |ପାଖରେ ବିକ୍ରିପାଇଁ ରଖିଥିବା ପେଟ୍ରୋଲ ରେ କେମିତି ନିଆଁଲାଗିଯାଇଥିଲା କମଳା ଜାଣିପାରିନଥିଲେ |ନିଆଁ ଟି ଲାଗିବ ମାତ୍ରେ ଚାରିଆଡେ ବ୍ୟାପିଯାଇଥିଲା |ସ୍ଥାନୀୟ ଲୋକ ମାନେ ସଂଗେ ସଂଗେ ଦମକଳ କୁ ଫୋନ କରିଥିଲେ|୨ ଘଣ୍ଟାରଅକ୍ଲାନ୍ତ ପରିଶ୍ରମ ରେ ନିଆଁ କୁ ଆୟତ କରିଥିଲେ ଅଗ୍ନିଶମ ବାହିନୀ |ହେଲେ ଭିତରେ ରହିଯାଇଥିଲେ ଦୋକାନ ମାଲିକ କମଳା |ଭିତରେ ଜିଅନ୍ତା ଜଳିଯାଇଥିଲେ କମଳା |ତାଙ୍କୁ ବଞ୍ଚାଇବା ସଂଭବହୋଇନଥିଲା |ମୃତ ଦେହଟିକୁ ଉଦ୍ଧାର କରିଥିଲା ପୋଲିସ |ପୋଲିସ ମୃତ ଦେହଟିକୁ ଜବତ କରି ପୋଷ୍ଟମଟମପାଇଁ ପଠାଇଛି |ହଠାତ ଏଏମିତି ଏକ ଘଟଣାକୁ ପରିବାର ଲୋକେ ଗ୍ରହଣ କରି ପାରୁନାହାନ୍ତି |କମଳାଙ୍କ ମୃତୁ କୁ ନେଇ ସ୍ଥାନୀୟା ଅଞ୍ଚଚଳ ରେ ଶୋକ ର ଛାୟା ଖେଳିଯାଇଛି |