ଆଜି ସୁପରସନଡେ ରେ ,ସୁପର ସୋ ମୁକାବିଲା |କଟକ ରେ ଭାରତ -ଇଂଲଣ୍ଡ ଟକ୍କର |ମାତ୍ର ଆଉ କେଇଘଣ୍ଟାର ଅପେକ୍ଷ୍ୟା ଆଜି ସୁପର ସନଡେ ରେ ସୁପର ସୋ ମୁକାବିଲା|ମହଲଢେଇ ପାଇଁ ପ୍ରସ୍ତୁତ ରହିଛି ବାରବାଟୀ |ଛକା,ଚୌକା,ବର୍ଷା ଭିତରେ ହାଇସ୍କୋରିଂମ୍ୟାଚ୍ ର ଆଶା|କ୍ରିକେଟ ପ୍ରେମୀମାନଙ୍କ ମଧ୍ୟ ରେ ଉତ୍କର୍ଷ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି |ପାଞ୍ଚ ବର୍ଷର ପ୍ରତିକ୍ଷ୍ୟା ପରେ ବରବାଟୀକୁ ଏକଦିବସୀୟ କ୍ରିକେଟ ଫେରିଥିବାରୁ ଦର୍ଶକ ମାନଙ୍କ ଠାରୁ ଆରମ୍ଭ କରି ଖେଳାଳି ମାନଙ୍କ ସମସ୍ତଙ୍କ ମନ ରେ ଉତ୍କଣ୍ଠା ଆଜିମ୍ୟାଚ୍ ଜିତି ଭାରତ ୱାର୍ଡନ ସିରିଜ କବଜାକରିବାକୁ ଲକ୍ଷ ରଖିଛି | ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି |ଏଠାରେ ଭାରତୀୟ ଦଳ ମୋଟ ୧୭ ଥର ଏକଦିବସୀୟମ୍ୟାଚ୍ ଖେଳିଥିଲା ବେଳେ ୧୩ଟିମ୍ୟାଚ୍ ଜିତିଛି ଓ ୪ ଟି ହାରିଛି ଖେଳିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୪ରେ ହାରିଥିବା ଇଂଲଣ୍ଡ ପ୍ରଥମ ଦିନିକିଆରେ ପରାସ୍ତ ହୋଇ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୦-୧ରେ ପଛୁଆ ରହିଛି ।