ଆଜିର ସମୟରେ ଆରାମ ଜୀବନଯାପନ ପାଇଁ ସମସ୍ତେ ଟଙ୍କା ରୋଜଗାର କରି ଧନୀ ହେବାକୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ବ୍ୟବସାୟ ହେଉ କି ଚାକିରି, ମୋଟା ଅଙ୍କର ଟଙ୍କା କମାଇବାକୁ ସମସ୍ତେ ଚାହିଁଥାନ୍ତି । ଆଉ ଟଙ୍କା ପାଇଁ ଅନେକ ଲୋକ ଦିନ ରାତି ପରିଶ୍ରମ ବି କରୁଛନ୍ତି । କେହି କେହି ଟଙ୍କାର ଗଦିରେ ଶୋଉଛନ୍ତି ତ ଆଉ କିଏ ଟଙ୍କା ପାଇଁ ସଂଘର୍ଷ କରୁଛନ୍ତି । ଟଙ୍କା ରୋଜଗାର କରିବାକୁ ଅନେକ ମାଧ୍ୟମ ରହିଛି । କିନ୍ତୁ ଟଙ୍କା ବଦଳରେ ମୋଟା ଅଙ୍କର ଟଙ୍କା ପାଇବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ଭାବେ ସତ । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ୍ ଅଛି ତାହା ପ୍ରତିବଦଳରେ ମୋଟା ଅଙ୍କର ଟଙ୍କା ପାଇପାରିବେ । ବାସ୍ତବରେ ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍ ରହିଛି ତେବେ ଲକ୍ଷପତି ହେବାର ସମ୍ଭାବନା ବି ରହିଛି । ଯଦି ଆପଣଙ୍କ ପାଖରେ ୨୦ ଟଙ୍କିଆ ନୋଟ୍ ଅଛି ତେବେ ଆପଣ ଧନୀ ହେବାର ସ୍ୱପ୍ନକୁ ପୂରଣ କରିପାରିବେ । କିନ୍ତୁ ଏଥିପାଇଁ କିଛି ମାପଦଣ୍ଡ ବି ରହିଛି । ସବୁ ପୁରୁଣା ୨୦ ଟଙ୍କିଆ ନୋଟ୍ ମୂଲ୍ୟବାନ ହୋଇନଥାଏ । କିଛି ନିର୍ଦ୍ଧିଷ୍ଟ ନୋଟ୍ ରହିଛି । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ । ପୁରୁଣା ୨୦ ଟଙ୍କିଆ ନୋଟ୍କୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଯାହାକି ଏକ ସୁବର୍ଣ୍ଣ ସୁଯୋଗ । ଆପଣ ସମସ୍ତ ସର୍ତ୍ତ ସହିତ ଏହି ନୋଟ୍ ବିକ୍ରୟ କରିପାରିବେ । ନୋଟ୍ ବିକ୍ରି କରିବା ପାଇଁ ବିଭିନ୍ନ ଉପାୟ ବି ରହିଛି । ଭାରତରେ ଅନେକ ୱେବସାଇଟ୍ ଅଛି ଯେଉଁମାନେ କି ପୁରୁଣା ନୋଟ୍ କିଣୁଛନ୍ତି । ଅନଲାଇନ୍ ପ୍ଲାଟଫର୍ମ ଗୁଡିକରେ ପୁରୁଣା ନୋଟ୍ ବିକ୍ରି କରି ମୋଟା ଅଙ୍କର ଟଙ୍କା ପାଇପାରିବେ । ନୋଟ୍ ବିକ୍ରୟ କରିବା ପୂର୍ବରୁ, ଆପଣ ଏହାର କିଛି ନିୟମ ବିଷୟରେ ଜାଣିବାକୁ ପଡିବ । ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍ ଅଛି ତେବେ ଏହାକୁ ବିକ୍ରୟ କରିବା ପୂର୍ବରୁ ଆପଣଙ୍କୁ ଏହାର ନିୟମଗୁଡିକୁ ଜାଣିବା ଆବଶ୍ୟକ । ତେବେ ଯଦି ପୁରୁଣା ୨୦ ଟଙ୍କିଆ ନୋଟ୍ର ସିରିଏଲ୍ ନମ୍ବର ୭୮୬ ଅଛି । ତେବେ ଆପଣ ହୋଇପାରିବେ ଲକ୍ଷପତି । କାରଣ ୭୮୬କୁ ମୁସଲିମ ସମ୍ପ୍ରଦାୟଙ୍କ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ମୁସଲମାନ ସମ୍ପ୍ରଦାୟର ଲୋକେ ଘରେ ସୁଖ ସମୃଦ୍ଧି ପାଇଁ ଏହି ନୋଟ୍କୁ କିଣିଥାନ୍ତି । ତେଣୁ ନୋଟ୍ ବିକ୍ରୟ କରିବାର ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍ ଅଛି ତେବେ ଏହାକୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଆଉ ୩ଟି ଥିଲେ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।
ଯଦି ଆପଣ ୨୦ ଟଙ୍କିଆ ନୋଟ୍ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପ୍ରଥମେ OLX ରେ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ପରେ ୨୦ ଟଙ୍କିଆ ନୋଟ୍ର ସ୍ପଷ୍ଟ ଫଟୋ ଚିତ୍ର ଅପଲୋଡ୍ କରିବାକୁ ହେବ । ଏହା ପରେ ଯେଉଁମାନେ ନେବାକୁ ଚାହିଁବେ ଆପଣଙ୍କ ସହିତ ଯୋଗାଯୋଗ କରିବେ । ତେବେ ନୋଟ୍ଗୁଡିକର ପ୍ରକୃତ ମୂଲ୍ୟ କେତେ ତାହା OLX ପକ୍ଷରୁ ନିର୍ଦ୍ଧାରଣ କରାଯାଇ ନାହିଁ । ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୭୮୬ ଥିବା ନୋଟ୍ର ମୂଲ୍ୟ ୫ଲକ୍ଷ ଟଙ୍କା ଥିବା କୁହାଯାଇଛି ।