ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ । ଘରୁ ବାହାରିଲା ପୁଳା ପୁଳା ଟଙ୍କା । ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ । ମାଲକାନଗିରି ଜଳ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ । ଶାନ୍ତନୁ ମହାପାତ୍ରଙ୍କ ଘରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଶାନ୍ତନୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଛି । ଜୟପୁର ପାଓ୍ବାର ହାଉସ ଘର ସମେତ ଅନ୍ୟ ସ୍ଥାନରେ ବି ଚାଲିଛି ଏହି ରେଡ୍ । ତେବେ ବାବୁଙ୍କ ଜୟପୁର ସ୍ଥିତ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଠାବ ହୋଇଛି । ଏକାକାଳୀନ ୯ ଟି ସ୍ଥାନରେ ଚାଲିଛି ଚଢାଉ । ସେପଟେ ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ । ମାଲକାନଗିରିର ୪ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍ ।