ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଫେବୃୟାରୀ ମାସରୁ ଖୋଲିବାକୁ ଯାଉଛି ରାଜ୍ୟ ସମସ୍ତ ଘରୋଇ ବିଦ୍ୟାଳୟ । ରାଜ୍ୟ ସରକାରଙ୍କୁ ଦାବି ପତ୍ର ଦେବା ପରେ ସିଓପିଏସ୍ (କନ୍ଫରେଡେସନ ଅଫ୍ ଓଡିଶା ପବ୍ଲିକ ସ୍କୁଲ) ପକ୍ଷରୁ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
ସିଓପିଏସ୍ ଅଧିନରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟ ଖୋଲାଯିବ । ଜାନୁୟାରୀ ୮ରୁ ଦଶମ ଓ ଦ୍ଵାଦଶ, ଜାନୁୟାରୀ୧୪ରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲାଯିବ । ଫେବୃୟାରୀ ୧ରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯିବ । ଏନେଇ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଘରୋଇ ବିଦ୍ୟାଳୟ ସଂଘ ।
ତେବେ ସେମାନେ ଆଉମଧ୍ୟ କହିଛନ୍ତି ଯେ ଅନ୍ଲାଇନ୍ରେ ପ୍ରାୟ ୯୦ ପ୍ରତିଶତ ପାଠ୍ୟକ୍ରମର ବିଷୟବସ୍ତୁ (ସିଲାବସ୍) ଶେଷ ହୋଇସାରିଛି ତେଣୁ ଫେବୃଆରୀରେ ହିଁ ପରୀକ୍ଷା କରାଯିବ ।ତେବେ୭୦ ମାର୍କର ପରୀକ୍ଷା ହେବ ଓ ପିଲାମାନଙ୍କୁ ୩୦ ମାର୍କର ଗ୍ରେସ ମାର୍କ ମିଳିବ ଓ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେହି ଫେଲ ହେବେ ନାହିଁ ।