କେନ୍ଦ୍ର ବଜେଟକୁ ନେଇ ବର୍ଷିଲା ବିଜେଡି। ସାଧାରଣ ବଜେଟରେ ଓଡ଼ିଶାକୁ କରାଯାଇଛି ଅଣଦେଖା। ନିର୍ବାଚନ ସମୟରେ ବିଜେପି କହିଥିଲା ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ଅନୁଦାନ ମିଳିବ। କିନ୍ତୁ ଓଡ଼ିଶାକୁ ଡବଲ ଇଞ୍ଜିନ ସରକାର କଣ ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ। କିଛି ସମୟ ପୂର୍ବରୁ ଭାରତର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଜେଟ୍ ରେ ଓଡ଼ିଶା ପାଇଁ କଣ କରାଯାଉଛି କହିଲେ। ସେ ବିଷୟରେ ବିଜେଡ଼ି ପକ୍ଷରୁ ଆମେ କଣ ଭାବୁଛୁ ତା ପ୍ରତି କହିବୁ। ଧର୍ମେନ୍ଦ୍ର ବାବୁଙ୍କ ପ୍ରେସ ମିତ୍ ଶୁଣି ଲାଗୁଥିଲା ତାଙ୍କ ମୁହଁରେ ହତାଶା ଭାବ। ଡବଲ ଇଞ୍ଜିନ ସରକାର ଥାଇ ବି ଓଡ଼ିଶାର ଭାବ ନଥିଲା। ଓଡ଼ିଶା ପାଇଁ ଓଡ଼ିଶାକୁ ବିଶେଷ ଭାବେ ଯୋଉଟା ଅନ୍ୟ ରାଜ୍ୟକୁ ମିଳି ନାହିଁ କଣ ଅନୁଦାନ ମିଳୁଛି ଜଣାଥିବା। ଧର୍ମେନ୍ଦ୍ର ବାବୁ କେନ୍ଦ୍ର ବଜେଟ୍ ର ଅନୁବାଦ କରିଦେଇ ଗଲେ।ଓଡ଼ିଶାରେ ଡବଲ ଇଞ୍ଜିନ ଯୋଗୁଁ କଣ ଅଧିକ ମିଳିଲା ଖୋଜି ପାଇଲୁନୁ। ୨୦୨୦ ମସିହାରେ ବିଜେପି ମ୍ୟାନିଫଷ୍ଟୋ ରେ ଲେଖା ଥିଲା special category କୁଆଡେ ଗଲା ? ବିହାର ନିର୍ବାଚନ ପାଇଁ ସ୍ପିସିଆଲ ଫୋକସ୍ କରି ଦିଆଗଲା। ଏଇଟା ଡବଲ ଇଞ୍ଜିନ ସରକାରର ଉପଲବ୍ଧି। ଗଞ୍ଜାମ ରେ ସୁନା ଖେଳା କରିବାକୁ କୁହାଗଲା, ରାଜ୍ୟ ସରକାରଙ୍କ କଥାକୁ ତାଙ୍କ ସରକାର ମାନିଲେନି। ରୟାଲିଟି ଡିଭିଜନ ନ କରିବାରୁ ଯେଉଁ ଅନୁଦାନ ଖର୍ଚ୍ଚ ହେବା କଥା ହେଲା ନାହିଁ। ଓଡିଶାରୁ ପଇସା ନିଆ ହେଉଛି, କିନ୍ତୁ ଦିଆ ଯାଉ ନଥିବା କହିଛି ବିଜେଡ଼ି। ପ୍ରେସମିଟରେ ଓଡ଼ିଶା ବିଷୟରେ କହିବା ସମୟରେ ଧର୍ମେନ୍ଦ୍ର ବାବୁ କାହିଁ ନେସନାଲ ସ୍କିମ ବିଷୟରେ କହିଲେ ?
ବଜେଟ୍ ରେ କୁହାଗଲା agriculture ଉପରେ ଗୁରୁତ୍ବ ଦିଆଯାଇଛି। ଏବର୍ଷ ଆଲୋକେସନ କମିଛି। ଦ୍ରପ୍ ଇନ୍ସୁରନ୍ସ ବି କମିଛି। ହାରାହାରି ୨ହଜାର କୋଟି କମିଛି। ପ୍ରେସମୀଟରେ ଗୋଟିଏ ତଥ୍ୟ ଆଉ ଗୋଟିଏ ରଖା ଯାଉଛି। GDP ଯଦି ଗ୍ରୋ କରୁଛି aalocation ତ ବଢ଼ି ପାରନ୍ତା। ୨୪-୨୫ ରେ ଥିଲା ୮୬,୦୦୦ ଟଙ୍କା। କେଉଁ ହିସାବରେ କହିଛନ୍ତି ଗ୍ରାମାଞ୍ଚଳ କୁ ଅଧିକ ଫୋକସ୍ କରୁଛୁ ? ଲୋକଙ୍କୁ ଭୁଆଁ ବୁଲାଇବାକୁ ଏହାକୁ ବ୍ୟବହାର କରାଯାଉଛି। ଓଡ଼ିଶାବାସୀ ବିଜେପି ସରକାରକୁ ଥରେ ସୁଯୋଗ ଦେଲେ, ସେମାନଙ୍କ ଭାଷଣରେ ଫସିଗଲେ। National skim କଥା କହି ଧର୍ମେନ୍ଦ୍ର ବାବୁ କହିଲେ ଓଡ଼ିଶାବାସୀ ଲାଭ ପାଇବେ। ଆମ ପାଇଁ ସ୍ୱତନ୍ତ୍ରତା କଣ ? ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟ କାଗଜପତ୍ର ବୁଲାଉଛନ୍ତି। ନିର୍ବାଚନ ସମୟରେ କହୁଥିଲେ ଓଡିଶା ସବୁ କ୍ଷେତ୍ରରେ ଡବଲ ପାଇବ। ହେଲେ ଓଡ଼ିଶା ବଜେଟରୁ କଣ ପାଇଲା ବୋଲି ବିଜେପିକୁ ପ୍ରଶ୍ନ କରିଛି ବିଜେଡି।