ବୈରୀ ଚୌଧୁରୀ ମଠ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ତିରିଶ ତାରିଖ ଠାରୁ ଦୁଇ ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। , ଅଙ୍କୁରୋପଣ ଘଟ ସ୍ଥାପନ ଜଳ ଯାତ୍ରା ସୂର୍ଯ୍ୟ ପୂଜା ଗୋ ପୂଜା ଭଜନ ସନ୍ଧ୍ୟା ଘୋଡା ନାଚ ଓଡିଶୀ ନୃତ୍ୟ ଆଦି ଅନୁଷ୍ଠିତ ହେଉଅଛି, ମହୋତ୍ସବ ଭଳି ଯାତ୍ରା ପଡିଆ ରେ ଲୋକଙ୍କ ପ୍ରବଳ ଭିଡ଼, ବିଭିନ୍ନ ଜିନିଷ କିଣିବା ପାଇଁ ଦୋଳି ଅତସବାଜୀ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ଦର୍ଶକ ଙ୍କୁ ଭର ପୁର ମନୋରଞ୍ଜନ ଦେଉଥିବା ଦେଖିବାକୁ ମିଳିଛି, ମନ୍ଦିର ନିତ୍ୟ ସେବକ ପ୍ରସନ ଷଡ଼ଙ୍ଗୀ ଯଥା ରୀତି ଓ ନୀତି ଅନୁସାରେ ଶ୍ରୀ ବିଗ୍ରହ ଙ୍କୁ ପୁଜର୍ଚନା କରୁଥିବା ବେଳେ ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ଉଚ୍ଚାରଣ କରୁଛନ୍ତି, ବିଶ୍ୱ ଜିତ ମହାନ୍ତି ଓ ତାଙ୍କ ଧର୍ମ ପତ୍ନୀ ଦିଲୀପ ସ୍ୱାଇଁ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରୁଛନ୍ତି,ମହେନ୍ଦ୍ର କୁମାର ମହାନ୍ତି ଙ୍କ ତତ୍ୱା ବଧାନ ରେ ସ୍ୱେଚ୍ଛାସେବୀ ସଂଗଠନ ଜଗା ଚାକର ସଙ୍ଘ ତରଫରୁ ଚାରଦିନ ବ୍ୟାପି ଶ୍ରଦ୍ଧାଳୁ ଙ୍କୁ ଦହି ସରବତ ବଣ୍ଟନ କରାଯାଉଅଛି, ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଓ ଗ୍ରାମବାସୀଙ୍କ ମାନଙ୍କ ସହାୟତାରେ ବହୁ ଆଡମ୍ବର ସହକାରେ ପାଳନ ହୋଇଯାଇଛି।