ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଶୀତ ସହ ଘନ କୁହୁଡି ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ତେବେ ଆଗକୁ ମଧ୍ୟ ଏହି ସ୍ଥିତି ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୩ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ଲାଗି ରହିବ । ଶୀତ ସହ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ଦେଖାଦେବ । ବିଶେଷକରି ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ, ବୌଦ୍ଧ, ଭଦ୍ରକ ଜିଲ୍ଲାରେ ଘନକୁହୁଡି ଦେଖାଦେବ। ତେବେ ଆଜି ସକାଳେ କୋରାପୁଟ, ଅନୁଗୁଳ ଓ ମାଲକାନଗିରିରେ ମଧ୍ୟମ ଧରଣର କୁହୁଡି ଦେଖାଯାଇଥିଲା । ଏଠାରେ ଦୃଶ୍ୟମାନ ଦୂରତା ୪୦୦ ମିଟର ଥିଲା । ତେବେ ତାଳଚେର, ନୟାଗଡ ରେ ମଧ୍ୟ କୁହୁଡି ଦେଖାଯାଇଥିଲା ଓ ଏଠାରେ ଦୃଶ୍ୟମାନ ଦୂରତା ୫୦୦ ରୁ ୮୦୦ ମିଟର ରହିଥିଲା ।
ରାଜ୍ୟର ଭବାନୀପାଟଣାରେ ସର୍ବାଧିକ ଶୀତ ଅନୁଭୂତ ହୋଇଥିଲା । ଏଠାରେ ପାରଦ ୧୧.୬ ଡିଗ୍ରୀ ସେଲସିୟସ ରହିଥିଲା । ତେବେ କଟକରେ ୧୧.୮ ଡିଗ୍ରୀ, କେଉଁଝର ୧୨ ଡିଗ୍ରୀ, ରାୟଗଡାରେ ମଧ୍ୟ ୧୨ ଡିଗ୍ରୀ ରହିଥିଲା । ତେବେ ଆଗାମୀ ୩ଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ଆକଳନ କରାଯାଇଛି।