ଗାଡିର ବୀମା ନଥିଲେ ଟୋଲ-ଗେଟରେ ଧରାପଡିବେ ଗାଡି ଚାଳକ | ବୀମା ନଥିଲେ ସମ୍ପୃକ୍ତ ଗାଡି
ବିରୋଧରେ ଇ- ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ | ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ ହେବ | ଏନେଇ ରାଜ୍ୟ ପରିବହନ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି |
ବୀମା ନଥାଇ ଟୋଲ-ଗେଟ ଦେଇ ଅତିକ୍ରମ କରୁଥିବା ଗାଡି ପ୍ରଥମ ଥର ଧରାପଡ଼ିଲେ ଗାଡି ମାଲିକଙ୍କୁ ୨ ହଜାର ତାଙ୍କର ଜୋରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯିବ | ଯଦି ସେହି ଗାଡି ଦ୍ୱିତୀୟ ଥର ପାଇଁ ଟୋଲ-ଗେଟ ରେ ଧରାପଡେ ତାହେଲେ ଗାଡି ମାଲିକଙ୍କୁ ୪ ହଜାର ତାଙ୍କର ଜୋରିମାନା ନଚେତ ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଜଣା ପଡିଛି |