ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଆସୁଛି ରଥ କାଠ | ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଡିଛି ରଥ କାଠ | ପ୍ରଥମ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ ଏବଂ ୫୩ ଖଣ୍ଡ ଧଉରା କାଠ ଆସୁଛି ପୁରୀ ଶ୍ରୀ ମନ୍ଦିର |
ରଥ ନିର୍ମାଣ ପାଇଁ ଅସନ , ଧଉରା, ଫାସି, ସିମିଳି ପ୍ରଜାତିର ୮୬୫ ଖଣ୍ଡ କାଠର ଅବଶ୍ୟକତା ଥିବା ବେଳେ ପୂର୍ବ ବର୍ଷର ୫୧
ଖଣ୍ଡ କାଠ ବଳକା ରହିଛି | ତେଣୁ ଚଳିତ ବର୍ଷ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି |ଏହି ବର୍ଷ ୧୭୮ ଥର ଲାଗି ରଥ ଟଣାଯିବ | ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଏକାଠି ହେବେ |