ଭାରତକୁ ଆସିବ ତହିବୁର। ମୁମ୍ବାଇ ଆକ୍ରମଣ ଦୋଷୀ ତହିବୁର ରାଣାକୁ ଭାରତ ଅଣାଯିବ । ଆମେରିକାର ସୁପ୍ରିମକୋର୍ଟ ତାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି । ଗୋଟିଏ ପ୍ରକାରେ ଏହା ଆମେରିକୀୟ ଦରବାରରେ ଭାରତ ପାଇଁ ଏକ ବଡ଼ ବିଜୟ। ଅଗଷ୍ଟ ୨୦୨୪ରେ, ଆମେରିକାର କୋର୍ଟ ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାଙ୍କୁ ଭାରତ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ହିଁ ତଳ କୋର୍ଟ ତହିବୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ପଥ ପରିଷ୍କାର କରିଥିଲେ। କିନ୍ତୁ ରାଣା ନିମ୍ନ ଅଦାଲତର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଶୁକ୍ରବାର ଏ ସମ୍ପର୍କରେ ନିଷ୍ପତ୍ତି ସାମ୍ନାକୁ ଆସିଛି ।