ସନଷ୍ଟାର ଟିଭି ବ୍ୟୁରୋ
୫୫ ବର୍ଷରେ ପାଦ ଥାପିଥିବା ଶାହରୁଖ ଖାନ ଦୁଇ ବର୍ଷର ଲମ୍ବା ବିରତି ପରେ ପରଦାକୁ ଆସୁଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଠାନ’ରେ ନଜର ଆସିବେ ବାଦଶାହ । ନଭେମ୍ବର ମାସ ଶେଷ ଆଡକୁ ସୁଟିଂ ସେଟରେ ନଜର ଆସିବେ ଶାହରୁଖ ।ତାଙ୍କ ବିପକ୍ଷରେ ନଜର ଆସିବେ ଦିପିକା ପାଦୁକୋନ ଓ ଜନ୍ ଆବ୍ରାହମ । ଡିସେମ୍ବର ପରେ ଦିପିକା ପାଦୁକୋନ ଓ ଜନ୍ ଆବ୍ରାହମ ଶାହରୁଖଙ୍କ ସହ ସୁଟିଂରେ ଯୋଗଦେବେ । ଜନ୍ ଆବ୍ରାହମ ଏହି ଫିଲ୍ମରେ ଖଳନାୟକ ଭୁମିକାରେ ଦେଖା ଯିବେ।
ଫ୍ୟାନ ମାନଙ୍କ ମନୋରଞନ ପାଇଁ ଏକ ଛୋଟ ଭୂମିକାରେ ଆସିବେ ଦବଙ୍ଗ ହିରୋ ସଲମାନ ଖାନ୍ । ଫିଲ୍ମଟି ୨୦୨୧ ଦିପାବଳୀ ସମୟରେ ରିଲ୍ଜ ହୋଇପାରେ ।
୨୦୧୮ ରେ ଶାହରୁଖ ଜିରୋ ମୁଭିରେ ନଜର ଆସିଥିଲେ ।ଏହା ପରେ ସେ ୨ ବର୍ଷ ପାଇଁ ଫିଲ୍ମରୁ ଦୁରେଇ ରହି ନିଜ ପରିବାର ସହିତ ସମୟ କାଟୁଥିଲେ । ଦିପିକା ଗୋଆରେ ନିଜର ଅପକମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲାବେଳେ ଜନ୍ ମଧ୍ୟ ସତ୍ୟମେବ ଜୟତେ ୨, ମୁମ୍ବାଇ ସାଗା ଆଦି ଫିଲ୍ମ ପାଇଂ ବ୍ୟସ୍ତ ଅଛନ୍ତି ।