ବାଚସ୍ପତିଙ୍କୁ ଟାର୍ଗେଟ କରିଛି ବିଜେିଡି। ପ୍ରମିଳା ମଲ୍ଲିକ ଏକ ପ୍ରେସମିଟରେ ବାଚସ୍ପତିଙ୍କ ବୟାନକୁ ସମାଲୋଚନା କରିଛନ୍ତି। ସେ କହୁଛନ୍ତି,ବାଚସ୍ପତିଙ୍କୁ ପଚାରନ୍ତୁ ସେ କେଉଁ ଦଳର ? ସମସ୍ତଙ୍କୁ ସୁଯୋଗ ଦେବା ଅର୍ଥ କଣ ବିରୋଧୀ ଦଳଙ୍କୁ ଚେତାବନୀ ଦେବା। ଆମେ ଜାଣିବୁ ସେ ଭାରତୀୟ ଜନତା ପାର୍ଟିର। ମୁଁ ବି ବହୁତ୍ ଦିନ ବାଚସ୍ପତି ରହିଛି, ସମୟ ମଧ୍ୟରେ ପାର୍ଟି କାର୍ଯ୍ୟରେ ଯୋଗଦେଇନି। କେବେ ହେଲେ ନବୀନ ନିବାସ କିମ୍ବା ଶଙ୍ଖ ଭବନ ଯାଇ ନାହିଁ। ହେଲେ କିଛି ଦିନ ତଳେ ବାଚସ୍ପତି ବିଜେପି କାର୍ଯ୍ୟାଳୟ ଯାଇଥିଲେ। ସେ ସାମ୍ବିଧାନିକ ନିୟମ ଭଙ୍ଗ କରୁଛନ୍ତି । ସେ ନାଲି ଆଖି ଦେଖାଇ ବିଜେପିର ଭାଷା ନ କହୁନ୍ତୁ । ବାଚସ୍ପତି ଧମକ ଦେଲେ ବିରୋଧୀ ଦଳ ଡ଼ରି ଯେବେ ବୋଲି ଭାବୁଛନ୍ତି। ହେଲେ ବିରୋଧୀ ଦଳ କାହାରି ନାଲି ଆଖିରେ ଡରିବ ନାହିଁ। ଏବେ ଇଏ କଣ ହେଉଛି ? କିଛି ଏପରି କହି ବାଚସ୍ପତି ସୁରମା ପାଢ଼ୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ।