ରାଜ୍ୟରେ କମିଛି ଶୀତର ପ୍ରଭାବ। କିନ୍ତୁ କଲବଲ କରୁଛି କୁହୁଡି। ଆଜି ସକାଳୁ ସକାଳୁ ଟ୍ଵିନସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଦୃଶ୍ୟମାନ ଦୂରତା ୧୦ ରୁ ୨୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଏବଂ ୧୪.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସାତ ଦିନ ପାଇଁ ଟୁଇନ୍ ସିଟିରେ ରାତିର ତାପମାତ୍ରା ୧୪ରୁ ୧୫ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେପଟେ ସକାଳୁ ଘନ କୁହୁଡି ଅସ୍ତବ୍ୟସ୍ତ କରୁଥିବା ବେଳେ ଦିନରେ ରେକର୍ଡ ଭାଙ୍ଗୁଛି ତାତି । ଏବେଠାରୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଲାଣି । ସ୍ବାଭାବିକ ଠାରୁ ତାପମାତ୍ରା ୫ ଡିଗ୍ରୀ ବୃଦ୍ଧି ପାଇଛି । ଗତକାଲି କୋରାପୁଟରେ ଦିନର ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁପୂର୍ବାନୁମାନ କରାଯାଇଛି ଯେ ଆଗାମୀ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ।