ଝାଡା ବାନ୍ତିରେ ଲୋକଙ୍କ ମୃତ୍ୟୁ କୁ ନେଇ ପୁରୀ ଜିଲ୍ଲାପାଳ ଙ୍କ ବିରୁଦ୍ଧରେ ପୁଣି ଥାନାରେ ଏଫ.ଆଇ.ଆର କରିଛି ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି । ଜିଲ୍ଲାପାଳଙ୍କ ଅବହେଳା ପାଇଁ ଦୟାନଦୀ କୂଳରେ ଥିବା କଣାସ ବ୍ଲକ ରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଦୟା ନଦୀରେ ବିଷାକ୍ତ ଗଙ୍ଗୁଆ ଜଳ ମିଶି ଦୟା ନଦୀର ଜଳ ବିଷ ପାଲଟିଥିବା ବେଳେ ତଳିଆ ଅଞ୍ଚଳର ଲୋକେ ମାନେ ଏହାକୁ ନିତ୍ୟ ବ୍ୟବହାର କରୁଛନ୍ତି ଓ ବିଭିନ୍ନ ଚାଷ କାର୍ଯ୍ୟରେ ଲଗାଉଛନ୍ତି ଯାହା ଫଳରେ ଲୋକମାନେ ମୃତ୍ୟୁ ମୁଖରେ ପଡୁଥିବା ନେଇ ଜିଲ୍ଲାପାଳଙ୍କୁ ଅନେକ ଥର ଜଣାଇବା ପରେ ମଧ୍ୟ ଏହାର କୋୖଣସି ପ୍ରତିକାର ସେ କରିନାହାନ୍ତି । ଏ ବାବଦରେ ଜିଲ୍ଲାପାଳଙ୍କ ଅବହେଳାକୁ ଦାୟୀ କରି ଗତକାଲି କଣାସ ଓ ଆଜି ପିପିଲି ଥାନାରେ ଏଫ ଆଇ ଆର ଦାଖଲ କରିଛି ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି । ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ରାଜ ରାସ୍ତାକୁ ଉଲ୍ଲାଇବା ସହିତ ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବ ବୋଲି କହିଛନ୍ତି ମହାନଦୀ ବଞ୍ଚାଓ ର ଆବାହକ ସୁଦର୍ଶନ ଦାସI