ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଓ ଏଥିରେ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ଏବେ ପର୍ଯ୍ୟନ୍ତ ୪ଜଣଙ୍କର ମୃତ୍ୟୁ ହୋଇଛି। ଦୁଇଜଣ ସଙ୍କଟାପନ୍ନ ଭାବରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ପାଖାପାଖି ୨୫୦ ଲୋକ ଆଖପାଖ ଗ୍ରାମର ଚିକିତ୍ସିତ ହେଉଛନ୍ତି। କିଛି ହସ୍ପିଟାଲରୁ ଆସିଲେଣି, ଆଉ କିଛି ନିଜ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉ ନାହିଁ। ଗାଁ ଗୁଡିକର ବର୍ତ୍ତମାନ ସାଙ୍ଘାତିକ ପରିସ୍ଥିତି। ଗମ୍ଭୀର ବିଷୟ ହେଲା ବର୍ତ୍ତମାନ ପରିସ୍ଥିତିରେ ଚିଲିକା ପ୍ରଭାବିତ ହେବାକୁ ଯାଉଛି। ଚିଲିକାର ୧୫୦ ରୁ ଅଧିକ ପ୍ରଜାତିର ମତ୍ସ୍ୟ ଅଛନ୍ତି। ଚିଲିକାର ଜଳ ରାଶି ପ୍ରଭାବିତ ହେବାକୁ ଯାଉଛି। ମୋର ଦାବି ରହିବ ମାନ୍ୟବର ମୁଖ୍ୟମନ୍ତ୍ରୀ ରିଭ୍ୟୁ କରିଛନ୍ତି ନା ନାହିଁ ? ଯଦି ନ କରୁଛନ୍ତି ଆଜି ଏହାର ରିଭ୍ୟୁ କରନ୍ତୁ। ଦୟାନଦୀରେ ଟନ ଟନ୍ ମାଛ ମରିକି ଭାସୁଛନ୍ତି। ମୁଖ୍ୟ ଶାସନ ସଚିବ ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ। ଗଙ୍ଗୁଆ ସହିତ ଏହି ୫ ଟି ନଦୀ ମିଶି ଚିଲିକା ସହିତ ମିଶିଛନ୍ତି। ଜଳଶକ୍ତି ବିଭାଗ ମିଶି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରନ୍ତୁ। ମୋର ଦାବି ରହିବ ଜଙ୍ଗଲ ପରିବେଶ ବିଭାଗ, ଚିଲିକା ଉନ୍ନୟନ ପରିଷଦ ଏହା ଉପରେ ଦୃଷ୍ଟି ଦେଉ। ଯେଉଁମାନେ ପ୍ରଭାବିତ ହେଉଛନ୍ତି ତାହାର ତାଲିକା ହେଉ ସ୍ଵତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉ। ସ୍ଵତନ୍ତ୍ର ମେଡ଼ିକାଲ ଟିମ୍ ପ୍ରଭାବିତ ଅଞ୍ଚଳରେ ସଜାଗ ରୁହନ୍ତୁ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଯେଉଁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। । ସରକାରଙ୍କୁ ନିବେଦନ କରିବୁ ସରକାର ଏହି କାର୍ଯ୍ୟ ଶେଷ କରନ୍ତୁ। ମୁଁ ଯାଇଥିଲି ଦେଖିଲି, ପାଣି ଟାଙ୍କିରେ ରଙ୍ଗା ବଦଳା ଚାଲିଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଗୁଡ଼ିକ କାର୍ଯ୍ୟ ଶେଷ ହେଉ। ଲୋକ ବିଶୁଦ୍ଧ ପାନୀୟ ଜଳ ପାଆନ୍ତୁ।