ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଓ ଏଥିରେ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ। ସେ କହିଛନ୍ତି, ଦୁଃଖର କଥା ଲୋକଙ୍କର ସରକାର ସାତ ମାସ ପରେବି ଲୋକଙ୍କ ସାଥିରେ ନାହାଁନ୍ତି। ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀର ୧୫ ଟି ପଞ୍ଚାୟତ ଦୟା ନଦୀ ଓ ଗାଙ୍ଗୁଆ ନଦୀ ଉପରେ ନିର୍ଭର କରନ୍ତି। ଯାହାକି ଏବେ ବର୍ଜ୍ୟବସ୍ତୁ ଆବର୍ଜନାରେ ପରିପୂର୍ଣ୍ଣ ହୋଇଯାଇଛି। ଡେଲାଙ୍ଗ ବ୍ଲକ ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଗୁଡ଼ିକର କାର୍ଯ୍ୟ ଆରମ୍ଭ କରନ୍ତୁ। ମାଛ ମରିକି ଭାସୁଛି, ସେ ମାଛ ବିକ୍ରି ହେଉଛି। ଗଙ୍ଗୁଅ ନଦୀ ଆବର୍ଜନା ଯୋଗୁଁ ମୋ ନିର୍ବାଚନ ମଣ୍ଡଳୀର ଅନେକ ଲୋକ କ୍ୟାନ୍ସର ରେ ପୀଡ଼ିତ। ଲୋକଙ୍କ ପାଖରେ ସରକାର ୭ ମାସ ମଧ୍ୟରେ ନାହିଁ। ସରକାରଙ୍କ ଉପରେ ଆଉ ଭରଷା ନାହିଁ।