ଆଉ ନାହିଁ ମାଘ ମାସ ଶୀତ | ଜଳବାୟୁ ପରିବର୍ତ୍ତନ ଫଳରେ ଧୀରେ ଧୀରେ ଶୀତ କମିବାରେ ଲାଗିଛି |ଚଳିତ ବର୍ଷ ବିଳଂମ୍ବରେ ଶୀତ ଅରାମବାହା ହୋଇଥିବା ବେଳେ ଆଜି ଠାରୁ ରାଜ୍ୟରେ କମିବ ଶୀତ |
୨୦୧୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ,ବୈଜ୍ଞାନିକ କହିଲେ ଆଗକୁ ଲଗାତାର ଆସିବ ବନ୍ୟା ଓ ଝଡତୋଫାନ |
ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦେଖାଯିବ ବୋଲି ଆକଳନ ରହିଛି | ଆସନ୍ତା ୪ ଦିନରେ ଉଭୟ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ | ଉପକୂଳ ଓଡିଶା ସହିତ ଡାକିଣ ଓଡ଼ିଶାର ସବୁ ଜିଲ୍ଲାରେ ତାପମାତ୍ରା ବଢିବ | ଆସନ୍ତା ୪ ଟି ଜିଲ୍ଲାକୁ ଘନ କୁହୁଡି ନେଇ ୪ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି |
ଏହି ଜିଲ୍ଲାଗୁଡିକ ମଧ୍ୟରେ କେନ୍ଦ୍ରାପଡା , ଜଗତସିଂହପୁର , କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି | ଏଠି ସହ ବାଲେଶ୍ୱର, ଭଦ୍ରକ , ଯାଜପୁର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ ,କେନ୍ଦୁଝର, କନ୍ଧମାଳ ଏବଂ କଳାହାଣ୍ଡିରେ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ |