ପାଟଳାଠାରେ ଆୟୋଜିତ ୮ ୫ତମ ସର୍ବଭାରତୀୟ ବାଚସ୍ପତି ସମ୍ମିନଳୀରେ ଯୋଗଦେଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ। ଏହି ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇ ସୁରମା ପାଢୀ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଆମର ଏକ ସମୃଦ୍ଧ ଐତିହାସିକ ଗଣତାନ୍ତ୍ରିକ ପରମ୍ପରା ଓ ମୂଲ୍ୟବୋଧ ରହିଛି । ବିଗତ ୭୫ ବର୍ଷ ମଧ୍ୟରେ ନିରପେକ୍ଷ ଓ ସ୍ଵାଧୀନ ମତଦାନ ସହ ନିର୍ବାଚନ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଓ ରାଜ୍ୟସ୍ତରରେ ଆମେ ସ୍ଵାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାରକୁ ପ୍ରାଧାନ୍ୟ ଦେଇଆସିଛୁ । ଭାରତର ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକର ଏକତା, ଜନସାଧାରଣଙ୍କ ସହଯୋଗ ଓ ସହଭାଗିତା ସହ କାର୍ଯ୍ୟ କରୁଛୁ । ସମାନତା, ସ୍ୱାଧୀନତା, ନ୍ୟାୟ, ସହାବସ୍ଥାନ, ଭ୍ରାତ୍ଵତ୍ଵଭାବ ଆମ ସମ୍ବିଧାନର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ହୋଇଥିବାବେଳେ ଦୀର୍ଘ ୭୫ ବର୍ଷ ମଧ୍ୟରେ ଆମେ ଏହା ବଜାୟ ରଖିବାରେ ସହାୟକ ହୋଇପାରିଛୁ ବୋଲି ପାଟନାଠାରେ ଅନୁଷ୍ଠିତ ୮୫ତମ ସର୍ବଭାରତୀୟ ବାଚସ୍ପତି ସମିଳନୀରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମନ୍ତ୍ରୀ ସୁରମା ପାଢୀ ପ୍ରକାଶ କରିଛନ୍ତି। ସମ୍ବିଧାନର ୭୫ତମ ପୂର୍ତ୍ତି ଉପଲକ୍ଷେ ସମ୍ବିଧାନର ମୁଲ୍ୟବୋଧକୁ ସଶକ୍ତ କରିବା ଦିଗରେ ସଂସଦ ଓ ରାଜ୍ୟ ବିଧାନସଭାଗୁଡିକର ଅବଦାନ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ବକ୍ତବ୍ୟ ଉପସ୍ଥାପନ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ଆମର ସମ୍ବିଧାନ ସରକାର ଓ ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ଆମେ ସର୍ବଦା ଚେଷ୍ଠା କରିଛୁ