ଶ୍ରୀମନ୍ଦିର ଭିତରଫଟୋ ଓ ଭିଡିଓ ଭାଇରାଲ୍ ଦିନକୁ ଦିନ ବଢିଚାଲିଛି। ଏଭଳି ଘଟଣା ନିକଟରେ ଘଟିଛି। ଶ୍ରୀମନ୍ଦିର ଗର୍ଭଗୃହ ଭିତର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା। ସେହି ଭାଇରାଲ ଭିଡିଓରେ ରତ୍ନ ସିଂହାସନ ଦୃଶ୍ୟ ହେଉଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଏବେ ଆକ୍ସନ ମୋଡରେ ପ୍ରଶାସନ। ମନ୍ଦିର ଭିତର ଫଟୋ ଭାଇରାଲ ନହେବାକୁ ନେଇ ଶ୍ରଦ୍ଧାଳୁଙ୍କୁ ଚେତାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମରାଯାଇଛି। କେବଳ ଏତିକି ନୁହେଁ ମନ୍ଦିର ପରିସରରେ ମୋବାଇଲ ଫୋନକୁ ନିଷେଧ କରାଯାଇଛି। ସେହି ପୋଷ୍ଟରେ ଲେଖା ହୋଇଛି, ଶ୍ରୀମନ୍ଦିର ପରିସରରେ ଫୋନକୁ ନିଷେଧ କରାଯାଇଛି। ଯଦି ଏହି ନିୟମକୁ କିଏ ଉଲ୍ଲଂଘନ କରେ ସେହି ଉଲ୍ଲଂଘନକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ତିତ କରାଯିବ।