ବିରୋଧି ଆସନରେ ବସିଥିବା ବିଜେଡି ଲୋକଙ୍କ ସ୍ବାର୍ଥ୍ୟ ପାଇଁ ସରକାରଙ୍କ ସହ ତାର ଲଢେଇ ଜାରି ରଖିଛି । ସେପଟେ ନିର୍ବାଚନ ହାରିବା ପରେ ଲୋକଙ୍କ ବିଶ୍ବାସ ଜିତିବା ଓ ପୁଣି ଶାସନକୁ ଫେରିବା ପାଇଁ ଦଳ ତାର ସଂଘର୍ଷ ଜାରି ରଖିଛି । ତେବେ ବର୍ତ୍ତମାନ ବିଜେଡିର ସଦସ୍ୟ ଅଭିଯାନକୁ ମିଳୁଛି ଆଶାଧିକ ସଫଳତା । ତୃଣମୂଳସ୍ତରରେ ସଂଗଠନ ମଜଭୁତ ହେବାରେ ଲାଗିଛି। ନବୀନଙ୍କ ଦିଗଦର୍ଶନରେ ସଂଗଠନ ଚଳଚଞ୍ଚଳ ହେବା ସହ ସଦସ୍ୟ ସଂଗ୍ରହ ଅଭିଯାନ ଟାର୍ଗେଟ ପୂରଣ ହୋଇଛି । ନମ୍ବର ୱାନ ଓ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡିର ଜନସେବା ଜାରି ରହିଛି । ବିରୋଧୀ ଦଳ ଭାବେ ଲୋକଙ୍କ ସ୍ଵର ସାଜିଛି ବିଜେଡି । ନିର୍ବାଚନ ୭ ମାସ ପରେ ଦଳ ଜନସେବାକୁ ଗୁରୁତ୍ବ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଦରଦାମ୍ ପ୍ରସଙ୍ଗରେ ରାଜରାସ୍ତାରେ ଲଢ଼େଇ ଜାରି ରଖିଛି ଦଳ।
କିଛିଦିନ ତଳେ ଦରଦାମ ବୃଦ୍ଧିକୁ ବିରୋଧ କରି ରାଜଧାନୀରେ ବିଶାଳ ପ୍ରତିବାଦ ସଭା କରି ଦଳ ଶକ୍ତି ପ୍ରଦର୍ଶନ କରିଛି । ଦଳପ୍ରତି ଲୋକଙ୍କ ଭଲପାଇବା ଏଥିରେ ପ୍ରମାଣିତ କରିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଦଳ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ବିଧାୟକମାନେ କହିଛନ୍ତି । ଶଙ୍ଖ ଭବନରୁ ନବୀନ ନିବାସ ଯାଏ ବିଜେଡି ସୁପ୍ରିମୋ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ କରିବା ପାଇଁ ନେତାଙ୍କ ସହ ଘନଘନ ବୈଠକ କରି ଗୁରୁମନ୍ତ୍ର ଦେଉଛନ୍ତି ।
ବିରୋଧୀ ଦଳ ନେତା ଚାଷୀଙ୍କ ସମସ୍ୟା ନେଇ ବିଭିନ୍ନ ଜିଲ୍ଲା ବୁଲିବା ସହ ବିଜେଡି ନେତାମାନଙ୍କୁ ଜନସେବାରେ ଅଧିକ ସମୟ ଦେବାକୁ ବାରମ୍ବାର ପରାମର୍ଶ ଦେଇଛନ୍ତି । ସେହି ଅନୁସାରେ ନେତାମାନେ ଗ୍ରାଉଣ୍ଡରେ ରହି ଜନସେବା ଜାରି ରଖିଛନ୍ତି । ଆଗକୁ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ପର୍ବ ଆରମ୍ଭ କରାଯିବ । ରାଜ୍ୟ ପଦାଧିକାରୀ ସହ ସାଂଗଠନିକ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ପର୍ବ ଆରମ୍ଭ କରିବ । ୨୦୨୪ ନିର୍ବାଚନରେ ସର୍ବାଧିକ ଭୋଟ ପାଇଥିଲେ ମଧ୍ୟ ପ୍ରଥମଥର ଲାଗି ବିରୋଧୀ ଦଳ ଭୂମିକା ତୁଲାଉଛି ବିଜେଡି । ନିର୍ବାଚନର ୭ ମାସ ପରେ ଦଳ ସଂଗଠନକୁ ଅଧିକ କ୍ରୀୟାଶୀଳ କରିବା ସହ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖି ଲୋକଙ୍କ ଆହୁରି ନିକଟତର ହେବାକୁ ଚେଷ୍ଟା ଚଳାଇଛି ।