ପ୍ରତ୍ୟକ ଖାଦ୍ୟରେ କିଛି ନା କିଛି ଭଲ ଗୁଣ ରହିଛି | ଏପରି କିଛି ଖାଦ୍ୟ ରହିଛି ,ଯାହା ଆପଣଙ୍କ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ | ସେପରି ଏକ ଖାଦ୍ୟ ହେଉଛି ଦହି , ଦହି କୁ ଆପଣ ଖାଲି ଖାଦ୍ୟ ନୁହେଁ ପାନୀୟ ରୂପେ ବି ନେଇ ପାରନ୍ତି |
ଦହି ଖାଇଲେ ଆପଣଙ୍କ ଖାଦ୍ୟ ହଜମ ବହୁତ ଭଲ ଭାବେ ହୋଇଥାଏ | ଦହିରେ ରହିଥିବା ଭଲ ବାକ୍ଟେରିଆ ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରିଥାଏ |
ଦହିରେ ରହିଥିବା ଭଲ ବାକ୍ଟେରିଆ କେବଳ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ତାହା ନୁହେଁ ବରଂ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ | ଦହିରେ ଥିବା କ୍ୟାଲସିୟମ ଏବଂ ଫସଫରସ ମଣିଷର ହାଡ ଓ ଦାନ୍ତ କୁ ଶକ୍ତ କରିଥାଏ |
ଯଦି ଆପଣ ଶୀଘ୍ର ଓଜନ କମାଇବାକୁ ଚାଁହୁଥିଲେ ପ୍ରତିଦିନ ଦହି ଖାଇପାରନ୍ତି | ତ୍ୱଚା ପାଇଁ ମଧ୍ୟ ଦହି ଖୁବ ଭଲ ହୋଇଥାଏ | ଦହି ଖାଇବା ଦ୍ୱାରା କେଶ ଝାଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ | କେବଳ ସେତିକି ନୁହେଁ ଦହି ଖାଇବା ଦ୍ୱାରା ରିଙ୍କଲ ବି କମ ହୋଇଥାଏ |