ରାଜ୍ୟରେ ସକାଳୁ ସକାଳୁ ଶୀତ କରୁଛି ଅସ୍ତବ୍ୟସ୍ତ। ଆହାରି ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବ। ୪ ଦିନ ପର୍ଯ୍ୟନ୍ତ କଲବଲ କରିବ ଘନ କୁହୁଡି। ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା। ସୃଷ୍ଟି ହୋଇପାରେ ଜିରୋ ଭିଜିବିଲିଟି ପରିସ୍ଥିତି। ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୭ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିାପାଗ ବିଭାଗ କେନ୍ଦ୍ର। ଅନ୍ୟପଟେ କୋରାପୁଟ ଜିଲ୍ଲାରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି। ୫ ଡିଗ୍ରୀ ତଳକୁ ଖସିଛି ପାରଦ। କୋରାପୁଟର ବିଭିନ୍ନ ବ୍ଲକର ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଛି। ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦିନ ଦଶଟା ପର୍ଯ୍ୟନ୍ତ ସାରା ଅଞ୍ଚଳକୁ କୁହୁଡିରେ ଢାଙ୍କି ରହୁଛି। କୁହୁଡି ସକାଶେ ରାସ୍ତାର ୧୦ ମିଟର ଦୂରତା ପରେ କିଛିବି ଦେଖାଯାଉନି ।