ଛୋଟ ହେଉ ଅବା ବଡ । ବ୍ୟବସାୟ କରିବା ପାଇଁ ସରକାର ସର୍ବଦା ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରନ୍ତି । ଆବେଦନକାରୀଙ୍କୁ କମ ସୁଧରେ ଋଣ ପ୍ରଦାନ କରିବା ସହ ବିନା ସୁଧରେ ଋଣ ଭଳି ସେବା ପାଇଥାନ୍ତି ହିତାଧିକାରୀ । ତେବେ ବର୍ତ୍ତମାନ ବିନା ଗ୍ୟାରେଣ୍ଟିରେ ୮୦ହଜାର ଋଣ ଦେଉଛନ୍ତି ସରକାର । ମାତ୍ର କେବଳ ଗୋଟିଏ ଡକ୍ୟୁମେଣ୍ଟ ରହିଥିବା ଆବଶ୍ୟକ । ଯଦି ଆପଣ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି , ଯାହା ଦ୍ବାରା ତିନୋଟି କିସ୍ତିରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ । ବିଶେଷ କଥା ହେଉଛି ବିନା ଗ୍ୟାରେଣ୍ଟିରେ ଆପଣ ଏହି ଋଣ ପାଇ ପାରିବେ । ତେବେ ଏହି ସରକାରୀ ଯୋଜନାର ନାମ ହେଲା ‘ପିଏମ୍ ସ୍ୱନିଧି ଯୋଜନା’। ଯେତେବେଳେ କରୋନା ମହାମାରୀ ଦେଶରେ ବ୍ୟାପି ଥିଲା,ସେହି ସମୟରେ ମୋଦୀ ସରକାର ଏହି ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ, । ଯାହା ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇଛି । ଏହି ଲୋନ ର ବିଶେଷତ୍ବ ହେଉଛି ଯେ, ସରକାର ଦେଉଥିବା ଋଣ ବିନା ଗ୍ୟାରେଣ୍ଟିରେ ମିଳିବ, ଅର୍ଥାତ୍ ଏହି ଋଣ ନେବାକୁ ଆପଣଙ୍କୁ କିଛି ବନ୍ଧକ ରଖିବାକୁ ପଡିବ ନାହିଁ । ପିଏମ୍ ସ୍ୱନିଧି ଯୋଜନାର ତଥ୍ୟ ହିସାବରେ, ଏହା ତିନୋଟି କିସ୍ତିରେ ଦିଆଯାଏ । ଆପଣ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିପାରିବେ । ବାସ୍ତବରେ, ଏହି ସରକାରୀ ଯୋଜନା ଅଧୀନରେ ଋଣ ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କର କ୍ରେଡିବିଲିଟି ବନେଇବାକୁ ପଡିବ ଓ ସେହି ଆଧାରରେ ଆପଣଙ୍କୁ ଲୋନ୍ ମିଳିବ । ପ୍ରଥମେ ଆପଣ ୧୦, ତା’ପରେ ୨୦ ଏବଂ ତା’ପରେ ୫୦ ହଜାର ଟଙ୍କା ଲୋନ୍ ନେଇପାରିବେ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ନିଆଯାଇଥିବା ଋଣ ରାଶି ଏକ ବର୍ଷ ମଧ୍ୟରେ ସୁଝେଇ ପାରିବେ । ପ୍ରତି ମାସରେ କିସ୍ତିରେ ଋଣ ଟଙ୍କା ପରିଶୋଧ କରିବାର ସୁବିଧା ମଧ୍ୟ ରହିଛି । ଏହାର ଲାଭ ପାଇବା ପାଇଁ ଆବେଦନକାରୀଙ୍କୁ କେବଳ ତାଙ୍କର ଆଧାର କାର୍ଡ ଥିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଅଧୀନରେ ଋଣ ନେବାକୁ କୌଣସି ସରକାରୀ ବ୍ୟାଙ୍କରେ ଆବେଦନ କରାଯାଇପାରିବ । ଏହାର ମଞ୍ଜୁରୀ ମିଳିବା ପରେ, ଋଣ ରାଶି ଆପଣଙ୍କ ଆକାଉଣ୍ଟକୁ ଆସିଯିବ । ଖାସ୍ କଥା ହେଲା ସରକାର ସୁଧ ସବସିଡି ବି ପ୍ରଦାନ କରୁଛନ୍ତି । ବ୍ୟବସାୟ ଆରମ୍ଭ କରିବା ପାଇଁ ଯଦି କେହି ଟଙ୍କା ଆବଶ୍ୟକ କରନ୍ତି ଏବଂ ପିଏମ୍ ସ୍ୱନିଧି ଯୋଜନା ପାଇଁ ଆବେଦନ କରନ୍ତି, ତେବେ ସେ ପ୍ରଥମେ ଦଶ ହଜାର ଟଙ୍କା ଋଣ ପାଇବେ । ଠିକ୍ ସମୟରେ ଏହି ରାଶି ପ୍ରଦାନ କରିବା ପରେ, ବ୍ୟକ୍ତି ଜଣକ ଦ୍ଵିତୀୟ ଥର ପାଇଁ ଆବେଦନ କରି ଏହି ଯୋଜନାରେ ସହଜରେ କୋଡିଏ ହଜାର ଟଙ୍କା ଋଣ ନେଇପାରିବେ । ସେହିଭଳି ଋଣ ଟଙ୍କା ପରିଶୋଧ କରିବା ପରେ ସେହି ବ୍ୟକ୍ତି ତୃତୀୟ ଥର ପାଇଁ ପଚାଶ ହଜାର ଟଙ୍କା ଋଣ ପାଇବାକୁ ଯୋଗ୍ୟ ହେବେ ଏବଂ ଏହି ରାଶି ତାଙ୍କୁ ସରକାର ପ୍ରଦାନ କରିବେ ।