ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ତେବେ ଜାଣନ୍ତୁ ଅଦା ପାଣି ପିଇବା ଦ୍ବାରା କଣ ଲାଭ ମିଳେ….
ଆୟୁର୍ବେଦରେ ଅଦାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ଗଣାଯାଇଛି । ଔଷଧୀୟ ଗୁଣର ଭଣ୍ଡାର ହେଉଛି ଅଦା ଯାହା ଭୋକ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଯଦି ଅ।ପଣ ଅଦା ଦ୍ୱାରା ନିଜ ସ୍ୱାସ୍ଥ୍ୟରେ ଉନ୍ନତି ଅ।ଣିବାକୁ ଚାହାଁନ୍ତି, ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରନ୍ତୁ । ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।
ଏଥିରେ ଭିଟାମିନ୍ ସି, କ୍ୟାଲସିୟମ୍, ଫସଫରସ୍, ଆଇରନ୍, ଜିଙ୍କ, କପର, ମାଙ୍ଗାନିଜ୍ ଥାଏ। ଯାହା ଶରୀରରେ ଇନସୁଲିନ୍ ବଢାଇବା ସହ ରକ୍ତରେ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଅଦା ପାଣି ଲାଭଦାୟକ ହୋଇଥାଏ ।
ଯଦି ଆପଣ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି। ତେବେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା ଆପଣଙ୍କ ଓଜନ ତୁରନ୍ତ ହ୍ରାସ ହୁଏ | ଆପଣଙ୍କ ମେଟାବୋଲିଜିମ୍ ସଠିକ୍ ଭାବରେ କାମ କରେ, ଦିନସାରା ସାଧାରଣ କାର୍ଯ୍ୟ କରିବା ସମୟରେ ମଧ୍ୟ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଯାହା ଚର୍ବିକୁ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରେ। ଏହା ଶରୀରକୁ ପ୍ରାକୃତିକ ଭାବରେ ଡିଟକ୍ସାଇଫ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।