ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କେନ୍ଦ୍ରସ୍ଥଳି କୁହାଯାଉଥିବା ଜରପଡା ଠାରେ ଏକ ନୂତନ ବ୍ଲକ୍ ପୁନର୍ଗଠନ ନେଇ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି। ଶୁକ୍ରବାର ଜରପଡା ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ କ୍ରମେ ସ୍ଥାନୀୟ ବାବା ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଞ୍ଚଳିକ ବିକାଶ ପରିଷଦ ସଭାପତି ଙ୍କ ଆହ୍ୱାନ କ୍ରମେ ସୁଶାନ୍ତ ପ୍ରଧାନ ଙ୍କ ସଭାପତିତ୍ଵରେ ଆୟୋଜିତ ଏହି ବୈଠକରେ ନୂତନ ବ୍ଲକ୍ ଗଠନ ନେଇ ଆଲୋଚନା କରାଯାଇଥିଲା। ବିଶେଷ କରି ଭୌଗଳିକ ଅବସ୍ଥିତି କୁ ଲକ୍ଷ୍ୟ ରଖି ଦୀର୍ଘ ଦିନ ହେବ ବ୍ଲକ୍ ଗଠନ ଦାବୀ ସମ୍ପର୍କରେ ମଞ୍ଚାସିନ ଅତିଥି ଗଣ ତଥା ବିଭିନ୍ନ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ଏବଂ ବୁଦ୍ଧିଜିବୀ ମାନେ ଆଲୋଚନାରେ ଭାଗ ନେଇ ଥିଲେ। ଏହି ଅବସରରେ ଉପସ୍ଥିତ ବୁଦ୍ଧିଜୀବୀ, ବରି ଷ୍ଠ ନାଗରିକ, ଶିକ୍ଷାବିତ, ସମାଜ ସେବୀ, ବିଭିନ୍ନ ରାଜ ନୈତିକ ନେତୃବୃନ୍ଦ ପ୍ରମୁଖ ଦଳ ମତ ନିର୍ବିଶେଷରେ ବ୍ଲକ୍ ପୁନର୍ଗଠନ ସପକ୍ଷରେ ନିଜସ୍ଵ ମତାମତ ପ୍ରଦାନ କରିବାସହ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସମେତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବା ସାଙ୍ଗକୁ ଦାବୀପତ୍ର ପ୍ରଦାନ କରାଯିବାପାଇଁ ନିଷ୍ପତ୍ତି ନିଆଗଲା |