ପୁଣି ଜାଡରେ ଥରିବ ଓଡିଶା। ଶୀତର ଲହରୀରେ କଲବଲ ହେବେ ରାଜ୍ୟବାସୀ। ଏବେ ରାଜ୍ୟରେ ଶୀତର ପରିମାଣ କମିଥିବାବେଳେ ରାତି ତାପମାତ୍ର ଧୀରେ ଧୀରେ ବଢୁଛି। କିନ୍ତୁ ଏହାରି ଭିତରେ ଆସନ୍ତା 17ରୁ ପୁଣି ଶୀତର ପ୍ରଭାବ ବଢିବ। 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଶେଷକରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ତି, କୋରାପୁଟ, ନଗରଙ୍ଗପୁରରେ ଅଧିକ ଶୀତ ଅନୁଭୂତ ହେବ। ଆଗାମୀ 3 ଦିନ ଯାଏଁ ରାଜ୍ୟର ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ରାତିର ତାପମାତ୍ର ଅଧିକ ରହିବାର ସମ୍ଭାବନା ରହିଛି ବୋଲି ସର୍ତକ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। କିଛି ସ୍ଥାନରେ ଘନ କୁହୁଡି ହେବ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର। 15 ତାରିଖ ଯାଏଁ ଘନ କୁହୁଡି ନେଇ କଳାହାଣ୍ତି, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାନିଂ ଜାରି କରାଯାଇଛି।