ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ କୋଭିଡ-୧୯ ଟିକା କୋଭାକ୍ସିନକୁ ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଏଥର ଦେଶବାସୀଙ୍କୁ ମିଳିବ ପ୍ରଥମ ସ୍ୱଦେଶୀ କରୋନା ଟିକା । ଏନେଇ ଭାରତ ବୈୟୋଟିକକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କୋଭାକ୍ସିନ ଟିକାକୁ ଅନୁମତି ମିଳିଥିବାରୁ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି ନବୀନ । SEC ଅନୁମତି ଦେଶରେ ଟିକାକରଣ ପ୍ରକ୍ରିୟାକୁ ସଶକ୍ତ କରିବ ବୋଲି କହିଛନ୍ତି ନବୀନ । ଭାରତ ବାୟୋଟେକ୍ ଓ ଆଇସିଏମ୍ଆର ଦ୍ୱାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ । ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ମିଳିଛି ତେବେ ପ୍ରଥମେ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ଟିକାକରଣ ପାଇଁ ଡ୍ରାଏ ରନ ମଧ୍ୟ କରାଯାଇଛି ଏବେ କେବଳ ଅପେକ୍ଷା ଟିକାକରଣର ।
Congratulate @BharatBiotech as ‘Covaxin’ vaccine is recommended by Subject Expert Committee (SEC) on #COVID19 for emergency use authorisation in India. This will strengthen the vaccination effort for entire country.
— Naveen Patnaik (@Naveen_Odisha) January 3, 2021