ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ ଘୋଷଣା। ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର। ରାଜ୍ୟର ବରିଷ୍ଠ ଲୋକଙ୍କ ନିରନ୍ତର ଚିକିତ୍ସା ସହ ସୁବିଧା ମିଳିବ। ଏହି ଯୋଜନାରେ 70 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ଚିକିତ୍ସା ସୁବିଧା। ସାରା ଦେଶରେ 29 ହଜାରରୁ ଅଧିକ ଡାକ୍ତରଖାନାରେ ଚିକିତ୍ସା ପାଇପାରିବେ ସାଧାରଣ, ଗରିବ ଲୋକବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।