ଆଜି କାଲି ପ୍ରାୟ ଛୋଟ ପିଲା ଠାରୁ ନେଇ ବୟସ୍କ ଲୋକଙ୍କ ପଯ୍ୟନ୍ତ ସମସ୍ତେ ଥାଇରଏଡ ରୋଗରେ ପୀଡି଼ତ ହେଉଛନ୍ତି | ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି | ଏହା ପ୍ରକୃତରେ ଥାଇରଏଡ ଗ୍ରନ୍ଥି ଫୁଲିବାର ହିଁ ଲକ୍ଷଣ |
ଥାଇରଏଡ ମନୁଷ୍ୟ ଗଳାରେ ଥିବା ଅତ୍ୟନ୍ତ ଆବଶ୍ୟକ ଅନ୍ତଃସ୍ରାବି ଗ୍ରନ୍ଥି ଯାହା ଥାଇରକ୍ସିନ ହରମୋନ କ୍ଷରଣ କରେ |
ଏହି ହରମୋନ ଆମ ଶରୀରରେ ସମସ୍ତ ତନ୍ତ୍ରକୁ ନିୟନ୍ତ୍ରିତ କରେ | ଥାଇରଏଡ ଆୟୋଡିନ ଅଭାବରୁ ହୋଇଥାଏ | ଏହା ଥାଇରକ୍ସିନ ମେଟାବୋଲିଜିମରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପାରିଶ ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ ୧୫୦ଗ୍ରାମ ଆୟୋଡିନ ସେବନ କରିବା ଜରୁରୀ | ତେବେ ଆୟୋଡିନ ଦରକାରଠୁ ଅଧିକ ମାତ୍ରାରେ ସେବନ ଦ୍ୱାରା ମଧ୍ୟ ହାଇପରଥାଇରଏଡଜିମ ହେବାର ଆଶଙ୍କା ଥାଏ |
ତେଣୁ ଆମର ପ୍ରତିଦିନ ଲୁଣ ଖାଇବା ମାତ୍ର ପ୍ରତି ସଚେତନ ରହିବ ଜରୁରୀ | ଅଧିକ ଲଵଣ ଯୁକ୍ତ ଖାଦ୍ୟ ଯେପରିକି କୋବି, ମୂଳା, ଓ ଅତ୍ୟଧିକ ମିଲେଟ ଖାଇବା ଦ୍ୱାରା ହାଇପରଥାଇରଏଡଜିମ ହେବାର ଆଶଙ୍କା ଥାଏ|
ଖାଦ୍ୟରେ ଯଥେଷ୍ଟ ପରିମାଣରେ ଆୟୋଡିନ ରହିଲେ ଥାଇରଏଡ କାର୍ଯ୍ୟକାରିତା ସହଜ ହେବ ସହ ଏହା ସହ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ | ହାଇପରଥାଇରଏଡ ରେ ପୀଡିତ ହେଉଥିବା ବ୍ୟକ୍ତିମାନେ ଆଇରନ , ଭିଟାମିନ ଓ ଭିଟାମିନ-ବି ର ଫାଇଦା ଯାଞ୍ଚ କରିବା ଦରକାର | ଏଣୁ ଉପଯୁକ୍ତ ଖାଦ୍ୟ ସହ ଜଳପାନ ହିଁ ଥାଇରଏଡ ସମସ୍ୟାକୁ ଦୂର କରିବାରେ ସକ୍ଷମ ହୋଇଥାଏ |